ହାଇକୋର୍ଟରେ ଐତିହାସିକ ଘଟଣା : ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେଲା ଶୁଣାଣି

ବ୍ୟାଙ୍କ-ଆର୍ଥିକ ଅନୁଷ୍ଠାନର ଇ-ଅକ୍ସନ ଓ ଅକ୍ସନ ଉପରେ ଏପ୍ରିଲ ୧୫ ପର୍ଯ୍ୟନ୍ତ ରହିତାଦେଶ

ନୂଆ ଫର୍ମାସି କଲେଜ ଖୋଲିବା ଉପରେ କଟକଣା କୋହଳ ପ୍ରସଙ୍ଗ : ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha Sun Times

କଟକ : ‘କରୋନାକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଐତିହାସିକ ଘଟଣାକ୍ରମରେ ଆଜି ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ପୂର୍ବରୁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସହିତ ଦୁଇ ଜଣିଆ ଖଣ୍ଡପୀଠ ଜାରି କରିଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶର ଅବଧି ୨୦୨୦, ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଆଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ଅଧିକ୍ଷେତ୍ର (ଜୁରିସ୍‌ଡିକ୍ସନ୍) ଭିତରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଇ-ଅକ୍ସନ୍ ଓ ଅକ୍ସନ୍ ଉପରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଜାରି କରାଯାଇଛି। ଖଣ୍ଡପୀଠ ବ୍ୟାଙ୍କ ଋଣ ଓ ନିଲାମ ନୋଟିସ୍ ସଂପର୍କିତ ଆଜି ତାଲିକାଭୁକ୍ତ ହୋଇଥିବା ପାଞ୍ଚଟି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ଜାରି କରାଯାଇଥିବା ଇ-ଅକ୍ସନ୍ ସେଲ୍ ନୋଟିସ୍ ଉପରେ ମଧ୍ୟ ରହିତାଦେଶ ଜାରି କରାଯାଇଛି।

ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ ଯେ କରୋନା ନେଇ ଦେଖା ଦେଇଥିବା ଅଦ୍ଭୂତପୂର୍ବ ପରିସ୍ଥିତିରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ନୋଟିସ୍ ଆଧାରରେ ଇ-ଅକ୍ସନ୍ ଓ ଅକ୍ସନ ସଂପର୍କିତ ପରିସ୍ଥିତି ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ କରିଛି। ଏଭଳି ପରିସ୍ଥିତିରେ ନିକଟରେ ବମ୍ବେ ହାଇକୋର୍ଟ ଓ ଦେଶର ଅନ୍ୟ ହାଇକୋର୍ଟ ପ୍ରଦାନ କରିଥିବା ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ସଂପର୍କରେ ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ଖଣ୍ଡପୀଠ ଏପରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆବେଦନକାରୀ ଆର.ସି.ସୁନ୍ଦରାୟଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe