କରୋନା ମୃତ୍ୟୁ ଘଟଣା: ହାଇକୋର୍ଟଙ୍କ ଜବାବ ତଲବ, ସବୁ ଜିଲ୍ଲାର ମୃତ୍ୟୁସଂଖ୍ୟା ଜଣାଅ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

ସ୍ବାସ୍ଥ୍ୟ ସଚିବ ତଦନ୍ତ କରିଛନ୍ତି କି ନାହିଁ?
ଜୁଲାଇ ୫ରେ ଅବଗତ କରିବାକୁ ଆଡଭୋକେଟ୍‌ ଜେନେରାଲଙ୍କୁ ନିର୍ଦ୍ଦେଶ

କଟକ : କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କ’ଣ ସ୍ଥିତି ରହିଛି, ସେ ନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନ ଥିବା ଅଭିଯୋଗ କରି ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଜନସ୍ବାର୍ଥ ଆବେଦନକୁ ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ରୁଲ୍ସ ପାଳନ କରାଯାଇ ନ ଥିବାରୁ ଖାରଜ କରିଛନ୍ତି। କିନ୍ତୁ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନ ଥିବା ଅଭିଯୋଗ ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

କରୋନା ସଂକ୍ରମଣ ସ୍ଥିତି ସଂପର୍କିତ ବିଚାରାଧୀନ ଅନ୍ୟ ଏକ ଜନସ୍ବାର୍ଥ ଆବେଦନ ସହିତ ଏହି ପ୍ରସଙ୍ଗ ଉପରେ ଜୁଲାଇ ୫ରେ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମୃତ୍ୟୁ ସଂଖ୍ୟା ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁନାହିଁ ବୋଲି ଅଭିଯୋଗ ହୋଇଥିବା ବେଳେ ନୟାଗଡ଼ରେ ହୋଇଥିବା ଏଭଳି ଘଟଣା ସଂକ୍ରାନ୍ତରେ ଶ୍ରୀ ମିଶ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ କରୋନା-ମୃତ୍ୟୁସଂଖ୍ୟାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ ତଥ୍ୟରେ ରହିଥିବା ସଂଖ୍ୟାଠାରୁ ସରକାରୀ ସଂଖ୍ୟା କମ୍ ରହିଥିଲା। କରୋନା ମୃତକଙ୍କ ସଂଖ୍ୟାକୁ ନେଇ ରହିଥବା ପ୍ରସଙ୍ଗର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଦନ୍ତ କରିଛନ୍ତି କି ନାହିଁ, ସେ ନେଇ ଜୁଲାଇ ୫ରେ ଅବଗତ କରାଇବାକୁ ଆଡ୍‌ଭୋକେଟ୍‌ ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଘଟଣାର ସତ୍ୟାସତ୍ୟ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଶ୍ରୀ ମିଶ୍ରଙ୍କ ଆବେଦନ ସହିତ ଦାଖଲ ହୋଇଥିବା ଏ ସଂପର୍କିତ ନଥିପତ୍ରକୁ ବିଚାରାଧୀନ ମାମଲାର ଫାଇଲରେ ସାମିଲ୍‌ କରିବାକୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କ ସହିତ ସପନ କୁମାର ପାଲ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe