ହାଇକୋର୍ଟ ଗ୍ରୀଷ୍ମ ଅବକାଶ : ମେ’ ୨୨, ୨୯ ଜୁନ୍‌ ୪, ୧୧ରେ ଅବକାଶକାଳୀନ କୋର୍ଟ

Advertisment
ହାଇକୋର୍ଟ ଗ୍ରୀଷ୍ମ ଅବକାଶ : ମେ’ ୨୨, ୨୯ ଜୁନ୍‌ ୪, ୧୧ରେ ଅବକାଶକାଳୀନ କୋର୍ଟ

Odisha Sun Times

କଟକ : ଓଡିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ମେ’ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅବକାଶ ପରେ ଆସନ୍ତା ଜୁନ୍‌ ୧୭ ତାରିଖରେ କୋର୍ଟ ଖୋଲିବ। କିନ୍ତୁ ଅବକାଶ ପୂର୍ବରୁ ମେ’ ୧୭ ତାରିଖ ଦିନ ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଛୁଟି ୧୮ ତାରିଖରୁ ଆରମ୍ଭ ହେବ। ପ୍ରାୟ ଏକ ମାସର ଏହି ଛୁଟି ଭିତରେ ମେ ୨୨, ୨୯, ଜୁନ୍‌ ୪ ଓ ୧୧ ତାରିଖରେ ପୂର୍ବାହ୍ନ ୧୧ଟାରେ ଅବକାଶକାଳୀନ ଖଣ୍ତପୀଠ ବସି ଜରୁରି ମାମଲା ଗୁଡିକର ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟସରେ ସୂଚନା ଦିଆଯାଇଛି ା ମେ’ ୨୨ରେ ଡକ୍ଟର ଜଷ୍ଟିସ ଏ.କେ.ରଥ, ଜଷ୍ଟିସ ବିଶ୍ବନାଥ ରଥ, ‌ଜଷ୍ଟିସ ଡି.ଦାଶ ଅବକାଶକାଳନୀ ଖଣ୍ତପୀଠରେ ବସି ମାମଲା ଗୁଡିକର ଶୁଣାଣି କରିବେ। ସେହିଭଳି ମେ’ ୨୯ରେ ଡକ୍ଟର ଜଷ୍ଟିସ ଏ.କେ.ରଥ, ଜଷ୍ଟିସ ଡି.ଦାଶ ଓ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ, ଜୁନ୍ ୪ରେ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ପ୍ରମଥ ପଟ୍ଟନାୟକ, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜୁନ୍ ୧୧ରେ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା, ଜ‌ଷ୍ଟିସ ପ୍ରମଥ ପଟ୍ଟନାୟକ, ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ଅବକାଶକାଳୀନ ଖଣ୍ତପୀଠରେ ବସି ଜରୁରି ମାମଲା ଗୁଡିକର ଶୁଣାଣି କରିବେ।

ଗ୍ରୀଷ୍ମ ଅବକାଶ ସମୟରେ ମେ ୨୬, ଜୁନ୍‌ ୨, ୫, ୮, ୯, ୧୪, ୧୫ ଓ ୧୬ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ। କାର୍ଯ୍ୟ ଦିବସ ଗୁଡିକରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ ା ଦିନ ୧୧ଟାରୁ ୧୨ଟା ମଧୢରେ ନୂଆ ମାମଲା ଦାୟର କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe