ଜାନୁଆରି ୩୧ରେ ହାଇକୋର୍ଟ ଛୁଟି

Advertisment
ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ : ହାଇକୋର୍ଟରେ ମାମଲା ଶୁଣାଣି ଶେଷ, ରାୟ ସଂରକ୍ଷିତ

Odisha Sun Times

କଟକ : ଆସନ୍ତା ୩୧ତାରିଖ ଦିନ ହାଇକୋର୍ଟ ଛୁଟି ରହିବ। ସରସ୍ବତୀ ପୂଜା ପରଦିନ ଜାନୁଆରି ୩୧ ତାରିଖକୁ ହାଇକୋର୍ଟ ପକ୍ଷରୁ ଛୁଟିଦିନ ଭାବେ ଘୋଷଣା କରାଯାଇଛି। ଆଜି ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶୁକ୍ରବାର ଛୁଟି ଘୋଷଣା କରାଯାଇଥିବା ବେଳେ ବଦଳରେ ୨୦୨୦ ନଭେମ୍ବର ୭ ତାରିଖ ଶନିବାର ଦିନକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ, ଜାନୁଆରି ୩୦ ତାରିଖ ଦିନ ସରସ୍ବତୀ ପୂଜା ପାଇଁ ହାଇକୋର୍ଟ ଛୁଟି ଥିଲା। ସରସ୍ବତୀ ପୂଜା ପରଦିନକୁ ଛୁଟି ଭାବେ ଘୋଷଣା ପାଇଁ ଆଇନଜୀବୀମାନେ ଅନୁରୋଧ କରିଥିଲେ। ଏହାପରେ ଜାନୁଆରି ୩୧ ତାରିଖକୁ ହାଇକୋର୍ଟ ଛୁଟି ଭାବେ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଫେବ୍ରୁଆରି ୧ ଶନିବାର ଓ ୨ ରବିବାର ପଡୁଥିବା ବେଳେ ଜାନୁଆରି ୩୧ ତାରିଖ ଛୁଟି ଘୋଷଣା ପରେ ହାଇକୋର୍ଟ ଏବେ ଚାରିଦିନ ଛୁଟି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe