ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ ହଜାର ହେଲା

Advertisment

୨୦୧୭ ଏପ୍ରିଲରୁ ଲାଗୁ ହେବ

୨୦୧୭ ଏପ୍ରିଲରୁ ଲାଗୁ ହେବ

ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ ହଜାର ହେଲା

ଭୁବନେଶ୍ୱର : ହାଉସ୍‌ ସର୍ଜନ ଡାକ୍ତରଙ୍କୁ ସରକାରଙ୍କ ନୂଆବର୍ଷ ଭେଟି। କାର୍ଯ୍ୟରତ ହାଉସ ସର୍ଜନଙ୍କ ମାସିକ ଷ୍ଟାଇପେଣ୍ଡ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ୨୦୧୭ ଏପ୍ରିଲ ପହିଲାରୁ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ ହେବ। ନୂଆବର୍ଷର ପ୍ରଥମ ଦିନରେ ସରକାର ଏହି ଘୋଷଣା କରିବା ପରେ ହାଉସ୍‌ ସର୍ଜନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ କହିବା ଅନୁଯାୟୀ, କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭିମ୍‌ସାରରେ କାର୍ଯ୍ୟ କରୁଥିବା ୬୫୦ଜଣ ହାଉସ ସର୍ଜନ ଏହି ଷ୍ଟାଇପେଣ୍ଡ ବୃଦ୍ଧିରେ ଉପକୃତ ହେବେ। ଅର୍ଥ ବିଭାଗର ସମ୍ମତି କ୍ରମେ ଏହାକୁ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe