ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଗିରଫ

Advertisment
ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଗିରଫ

ଭୁବନେଶ୍ବର: ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଶାଖା ଗତକାଲି ଗିରଫ କରିଛି। ତାଙ୍କୁ ଆନ୍ଧ୍ର ପ୍ରଦେଶ ପୁଲିସର ସହାୟତାରେ କାକିନାଡ଼ା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ସୂଚନା ଦିଆଯାଇଛି।
ପ୍ରକାଶ ଥାଉକି, କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ମନୋଜଙ୍କ ବିରୋଧରେ ଲୁକ୍-ଆଉଟ୍ ନୋଟିସ୍ ଜାରି ହୋଇଥିଲା। ଯଦି କୌଣସି ବ୍ୟକ୍ତି ମନୋଜଙ୍କ ବିଷୟରେ ସୂଚନା ଦେବେ, କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମନୋଜଙ୍କ ସମ୍ପର୍କରେ ଏକାଧିକ ତଥ୍ୟ କ୍ରାଇମ ବ୍ରାଞ୍ଚକୁ ମିଳିଥିଲା।
ମନୋଜ ଏସଓଏସ୍ ଭିଲେଜ ସମ୍ମୁଖ କଳିଙ୍ଗ ଷ୍ଟୁଡିଓ ନିକଟରେ ‘ଗଣପତି ହୋମ୍ସ’ ନାମକ ଏକ ପ୍ରୋଜେକ୍ଟ କରିଥିଲେ। ୨୦୧୮ ମସିହା ସୁଦ୍ଧା ଗ୍ରାହକମାନଙ୍କୁ ବିବାଦବିହୀନ ଫ୍ଲାଟ୍ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଟିସିଏସର କେତେକ କର୍ମଚାରୀ ଫ୍ଲାଟ୍ ନେବା ପାଇଁ ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲର ନିର୍ଦ୍ଦେଶକ ମନୋଜଙ୍କୁ ୨୦କୋଟି ଟଙ୍କା ଦେଇଥିଲେ। କିନ୍ତୁ ଟିସିଏସ୍ କର୍ମଚାରୀଙ୍କୁ ଫ୍ଲାଟ୍ ଯୋଗାଇବା ବଦଳରେ ଦିନ ଗଡ଼ାଇ ଚାଲିଥିଲେ। ଓଲଟି ମନୋଜ ୭ଟି ଫ୍ଲାଟ୍ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରି ଦେଇଥିଲେ। କେବଳ ଏହି ପ୍ରୋଜେକ୍ଟ କାହିଁକି, ତା’ର ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ ଗ୍ରାହକମାନଙ୍କୁ ଠକିବା ଅଭିଯୋଗରେ ମନୋଜଙ୍କୁ ପୂର୍ବରୁ ବିଭିନ୍ନ ଥାନା ପୁଲିସ ଗିରଫ କରିସାରିଛି।
ମନୋଜ ହେଉଛନ୍ତି ଓଡ଼ିଶା ହୋମ୍ ଆଣ୍ଡ କମରସିଆଲର ଅନ୍ୟତମ ନିର୍ଦ୍ଦେଶକ। ପୂର୍ବରୁ ଏହି ମାମଲାର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତ୍ରା ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ଟିସଏସ୍ ପକ୍ଷରୁ ରଞ୍ଜନ କୁମାର ମହାପାତ୍ର କ୍ରାଇମ୍ ବ୍ରାଞ୍ଚରେ ଏ ନେଇ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe