୧୩ରେ ଏମ୍‌ଏସ୍‌ପି ନେଇ ଗୃହ କମିଟିର ପ୍ରଥମ ବୈଠକ

Advertisment
୧୩ରେ ଏମ୍‌ଏସ୍‌ପି ନେଇ ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ଧାନ ସଂଗ୍ରହ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ନେଇ ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିର ପ୍ରଥମ ବୈଠକ ବିଧାନସଭା ପରିସରରେ ଅନୁଷ୍ଠିତ ହେବ। ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ୱିଣ୍ଟାଲ୍‌ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ବିଷୟରେ ଏହି କମିଟିର ବୈଠକରେ ଆଲୋଚନା କରାଯିବ। ଏହି କମିଟିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଜେଡି ନେତା ଡା. ଦାମୋଦର ରାଉତ, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି, ସିପିଆଇ(ଏମ୍‌) ନେତା ଲକ୍ଷ୍ମଣ ମୁଣ୍ଡା, କଂଗ୍ରେସ ନେତା ଡା. ପ୍ରଫୁଲ୍ଲ ମାଝୀ ପ୍ରମୁଖଙ୍କ ସମେତ ୧୯ଜଣ ସଦସ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe