କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଇଏଏସ୍‌ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି : ରାଜ୍ୟରେ ଡିଜିଟାଲ୍‌ ସ୍ବାସ୍ଥ୍ୟ ମିସନ ଓ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଅନୁରୋଧ

PTI7_25_2014_000214A

ଭୁବନେଶ୍ୱର: ଓଡ଼ିଶା ଆଇଏଏସ୍‌ ସଂଘ ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଫେରାଦ ଦେଇଛି। ଆଇଟି ସଚିବ ଅଶୋକ ମୀନାଙ୍କୁ ଏକ ଉଦଘାଟନୀ ସମାରୋହରେ ଧର୍ମେନ୍ଦ୍ର ସୋମବାର ଦେଇଥିବା ମନ୍ତବ୍ୟକୁ ବିରୋଧ କରି ସଂଘ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏନଡିସିର କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବା ଅବସରରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁ କରି ରାଜ୍ୟ ସରକାର ବାହା ବାହା ନେଉଛନ୍ତି ବୋଲି ସେ କହିଥିଲେ। ସଭାରେ ଉପସ୍ଥିତ ଆଇଟି ସଚିବ ଅଶୋକ ମୀନାଙ୍କୁ ଧର୍ମେନ୍ଦ୍ର କହିଥିଲେ, ମୀନା ସାହେବ ଏମିତି କରନ୍ତୁ ନାହିଁ।

ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦେଇଥିବା ମନ୍ତବ୍ୟକୁ ମଙ୍ଗଳବାର ଆଇଏଏସ୍‌ ସଂଘ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ ସଂଘ ବିରୋଧ କରିଛି। ଏ ନେଇ ଆଇଏଏସ , ଓଏଏସ ଏବଂ ଓଏଫଏସ ସଂଘର ସମସ୍ତ ଅମଲାତନ୍ତ୍ରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫେରାଦ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଅଭିଯୋଗ କରିଛନ୍ତି। ଆଇଏଏସ ସଂଘର ସମ୍ପାଦକ ବିଶାଲ ଦେବ କହିଛନ୍ତି, ଅଫିସରମାନେ ତାଙ୍କ କାର୍ଯ୍ୟ ଠିକ୍‌ କରିଛନ୍ତି ଆଇଏଏସ ଅଫିସରଙ୍କୁ ବାରମ୍ବାର ଟାର୍ଗେଟ କରାଯାଉଛି। କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଜରିଆରେ ଅଫିସରମାନଙ୍କୁ ଏଭଳି ଟାର୍ଗେଟ କରାଯିବା ନିନ୍ଦନୀୟ ଘଟଣା ବୋଲି ବିଶାଲ ଦେବ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦ୍ୱାରା ଆଇଏଏସ ଅଧିକାରୀମାନେ ମାନସିକ ସ୍ତରରେ ପ୍ରଭାବିତ ହେବେ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଶୋଭନୀୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe