ଓଡ଼ିଆ ଆଇଏଏସ୍‌ ଅଧିକାରୀ ସତ୍ୟବ୍ରତ ସାହୁ ହେଲେ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ

Advertisment
ଓଡ଼ିଆ ଆଇଏଏସ୍‌ ଅଧିକାରୀ ସତ୍ୟବ୍ରତ ସାହୁ ହେଲେ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ

ଚେନ୍ନାଇ: ଓଡ଼ିଆ ଆଇଏଏସ୍‌ ଅଧିକାରୀ ସତ୍ୟବ୍ରତ ସାହୁ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ୧୯୯୭ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସତ୍ୟବ୍ରତ ସାହୁ ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍‌ ଭାବରେ ନିଯୁକ୍ତି ପାଇଥିଲେ। ଜଣେ ଦକ୍ଷ ଏବଂ ସଚ୍ଚୋଟ ଆଇଏଏସ୍‌ ଅଧିକାରୀ ଭାବେ ଶ୍ରୀ ସାହୁ ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସଫଳତା ପୂର୍ବକ ନିଜର କର୍ତ୍ତବ୍ୟ ସଂପାଦନ କରିଛନ୍ତି।

publive-image

ଦେଶର ନିର୍ବାଚନ କମିଶନ ତାମିଲନାଡୁର ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ତାଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସେ ଚେନ୍ନାଇ ମେଟ୍ରୋପଲିଟାନ୍‌ ଜଳ ଯୋଗାଣ ଓ ସ୍ୱେରେଜ୍‌ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଥିଲେ। ଶ୍ରୀ ସାହୁ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରି ହାସଲ କରିଥିଲେ। ଶ୍ରୀ ସାହୁ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷିତ ଏବଂ ଜଣେ ଋତ୍ୱିିକ। ତାମିଲନାଡୁରେ ସତ୍‌ସଂଗ ଆନ୍ଦେଳନ ସହିତ ଶ୍ରୀ ସାହୁୁ ସକ୍ରିୟ ଭାବେ ଜଡ଼ିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe