ଏନ୍‌ଜିଟି ସଦସ୍ୟ ହେଲେ ଓଡ଼ିଆ ଆଇଏଫ୍‌ଏସ୍‌ ଅଧିକାରୀ ସିଦ୍ଧାନ୍ତ ଦାସ

Advertisment
ଏନ୍‌ଜିଟି ସଦସ୍ୟ ହେଲେ ଓଡ଼ିଆ ଆଇଏଫ୍‌ଏସ୍‌ ଅଧିକାରୀ ସିଦ୍ଧାନ୍ତ ଦାସ

ଭୁବନେଶ୍ବର: ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲର ବିଶେଷଜ୍ଞ ସଦସ୍ୟ ଭାବେ ୧୯୮୨ ବ୍ୟାଚ୍ ଓଡ଼ିଆ ଆଇଏଫ୍‌ଏସ୍‌ ଅଧିକାରୀ ସିଦ୍ଧାନ୍ତ ଦାସ ନିଯୁକ୍ତି ପାଇଛନ୍ତି। ଆଜି ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଶ୍ରୀ ଦାସଙ୍କ ନାମ ଉପରେ ମୋହର ମାରିଛି। ବର୍ତ୍ତମାନ ଶ୍ରୀ ଦାସ ଭାରତ ସରକାରଙ୍କ ଜଙ୍ଗଲ ମହାନିର୍ଦ୍ଦେଶକ ରହିବା ସହ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ପଦରେ ଅବସ୍ଥାପିତ ଅଛନ୍ତି। ୨୦୨୦ ଏପ୍ରିଲରେ ସେ ଅବସର ନେଇଥାନ୍ତେ। କିନ୍ତୁ ଅବସର ନେବାର ୮ ମାସ ପୂର୍ବରୁ ଏନ୍‌ଜିଟିର ବିଶେଷଜ୍ଞ ସଦସ୍ୟ ଭାବେ ତାଙ୍କୁ ନୂତନ ନିଯୁକ୍ତି ମିଳିଛି। ଏଥିପାଇଁ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଆସନ୍ତା ୩ ବର୍ଷ ପାଇଁ ଏନ୍‌ଜିଟିର ସଦସ୍ୟ ଭାବେ ଯୋଗଦେବେ। ଶ୍ରୀ ଦାସ କେନ୍ଦ୍ରକୁ ଯିବା ପୂର୍ବରୁ ଓଡ଼ିଶାରେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍‌)ଵାଇଲ୍ଡଲାଇଫ୍ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe