ରାମସାର ତାଲିକାରେ ସାମିଲ ହେବ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌

Advertisment

ପରିବେଶ ମନ୍ତ୍ରାଳୟକୁ ଅନୁରୋଧ କଲା କୋଇଲା ମନ୍ତ୍ରାଳୟ

ପରିବେଶ ମନ୍ତ୍ରାଳୟକୁ ଅନୁରୋଧ କଲା କୋଇଲା ମନ୍ତ୍ରାଳୟ

କୋଇଲା ମନ୍ତ୍ର‌ାଳୟର କାରଣଦର୍ଶାଅ ନୋଟିସ୍‌ର ଉତ୍ତର ଦେଇଛି ଓସିପିଏଲ୍‌

Image Courtesy of DNA India

ଭୁବନେଶ୍ବର: ରାମସାର ତାଲିକାରେ ଓଡ଼ିଶା ସମେତ ୪ ରାଜ୍ୟର ୫ଟି କୋଇଲା ଖଣି ପିଟ୍‌ ଲେକ୍‌ ସାମିଲ ହେବ। ଏଥି ପାଇଁ ପରିବେଶ ମନ୍ତ୍ରାଳୟକୁ କୋଇଲା ମନ୍ତ୍ରାଳୟ ଅନୁରୋଧ କରଛି। ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ନିମନ୍ତେ ନିରନ୍ତର ପ୍ରୟାସ କରି ଆସୁଛି । ଅନୁରୂପ ଭାବେ, ଦେଶର କୋଇଲା କ୍ଷେତ୍ର ପରିବେଶ ସୁରକ୍ଷା ଉପରେ ଜୋର ଦେବା ସହିତ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରୁଛି । ଦୀର୍ଘସ୍ଥାୟୀ ବିକାଶ ମାର୍ଗକୁ ଗ୍ରହଣ କରିବାର ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଉଛି । ବିଭିନ୍ନ ଦୀର୍ଘସ୍ଥାୟୀ କାର୍ଯକ୍ରମ ଅଧୀନରେ, କୋଲ୍‌ ଇଣ୍ଡିଆ ଲିମିଟେଡ (ସିଆଇଏଲ) ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି)ର ସହାୟତାରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏସବୁ ପଦକ୍ଷେପ ମଧ୍ୟରେ ରହିଛି କୋଇଲା ଖଣି ଗର୍ତ୍ତ ହ୍ରଦ ବା ପିଟ୍‌ ଲେକ୍‌ର ସଂରକ୍ଷଣ, ଆର୍ଦ୍ର ଭୂମିର ପ୍ରାକୃତିକ ସ୍ବରୂପକୁ ବଜାୟ ରଖିବା ଏବଂ ପିଟ୍‌ ଲେକ୍‌ଗୁଡ଼ିକୁ ସମ୍ମାନଜନକ ରାମସାର ତାଲିକାରେ ସାମିଲ କରିବା । ରାମସାର ତାଲିକାରେ ସ୍ଥାନିତ କରିବା ପାଇଁ ଆର୍ଦ୍ର ଭୂମିଗୁଡ଼ିକୁ ଚିହ୍ନଟ କରିବା ଲାଗି ପରିବେଶ ମନ୍ତ୍ରଣାଳୟ ନୋଡାଲ ମନ୍ତ୍ରଣାଳୟ ଭାବରେ କାମ କରୁଛି

ପରିବେଶ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁଯାୟୀ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶର ପାଞ୍ଚଟି କୋଇଲା ଖଣି ପିଟ୍‌ ଲେକ୍‌କୁ ରାମସାର ତାଲିକାରେ ସାମିଲ କରିବା ନିମନ୍ତେ କୋଲ୍‌ ଇଣ୍ଡିଆ ଲିମିଟେଡ ଚିହ୍ନଟ କରିଛି । କୋଲ୍‌ ଇଣ୍ଡିଆ ରାମସାର ସୂଚନା ପତ୍ର (ଆରଇଏସ) ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ଖଣି ଖନନ ଯୋଗୁ ସୃଷ୍ଟି ହୋଇଥିବା ଗର୍ତ୍ତ ଏବେ ଜଳ ଭର୍ତ୍ତି ହୋଇଥିବା ବେଳେ ଏହାକୁ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀମାନେ ନିୟମିତ ଆସୁଛନ୍ତି ଏବଂ ଏହି ସ୍ଥାନ କେତେକ ପକ୍ଷୀମାନଙ୍କର ବାସସ୍ଥଳୀ ପାଲଟିଛି । କୋଲ ଇଣ୍ଡିଆ ଦ୍ବାରା ବ୍ୟାପକ ବନୀକରଣ ଏବଂ ଅନ୍ୟ ମୃର୍ତ୍ତିକା ଆର୍ଦ୍ରତା ସଂରକ୍ଷଣ ପଦକ୍ଷେପ କାରଣରୁ ଏସବୁ ଜଳାଶୟ ଚାରି ପାଖରେ ଥିବା ପରିବେଶ ଏବେ ଉନ୍ନତ ହୋଇପାରିଛି ।

ବନ୍ଦ ପଡ଼ିଥିବା ଏସବୁ କୋଇଲା ଖଣିକୁ ନିରାପଦ, ପରିବେଶ ଦୃଷ୍ଟିରୁ ଦୀର୍ଘସ୍ଥାୟୀ ଏବଂ ଉପଯୁକ୍ତ ବାଣିଜ୍ୟିକ ବ୍ୟବହାର ନିମନ୍ତେ ଉପଯୋଗ କରିବା ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯାଉଛି । ଏସବୁ କୋଇଲା ଖଣିକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବିଶ୍ବ ବ୍ୟାଙ୍କ, ଜିଆଇଜେଡ୍‌ ଏବଂ ଅନ୍ୟ ବିଶ୍ବ ସଂସ୍ଥାର ସହାୟତା ଲୋଡ଼ାଯାଇଛି । ପୁନରୁଦ୍ଧାର ହୋଇଥିବା କୋଇଲା ଖଣି ଭୂମିକୁ ଭିନ୍ନ ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ପ୍ରସ୍ତାବ ରହିଛି । ସୌର ପାର୍କ, ପର୍ଯ୍ୟଟନ, କ୍ରୀଡ଼ା, ବନୀକରଣ, କୃଷି, ଉଦ୍ୟାନକୃଷି, ସହରୀବିକାଶ ଆଦି ଉଦ୍ଦେଶ୍ୟରେ ଏହି ଭୂମି ବ୍ୟବହାର କରାଯିବ । ଏସବୁ ସଂସ୍ଥାର ବିଭିନ୍ନ ଦେଶରେ ଖଣି ବନ୍ଦ ମାମଲା ପରିଚାଳନା କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଶ୍ରେଷ୍ଠ ବିଶ୍ବସ୍ତରୀୟ ପଦ୍ଧତିକୁ ଗ୍ରହଣ କରିବା ଏବଂ ଭାରତୀୟ କୋଇଲା ଖଣି କ୍ଷେତ୍ରକୁ ଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ଏହି ଅଭିଜ୍ଞତା ବିଶେଷ ଉପଯୋଗୀ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe