୨୦ଟି ଖଣି ନିଲାମ ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

Advertisment
କେନ୍ଦୁଝର ବେଆଇନ ମାଙ୍କଡ଼ା ପଥର ଖନନ ମାମଲା: ଘସିପୁରା ତହସିଲଦାରଙ୍କ ଗୁପ୍ତ ପଞ୍ଜିକାରେ ଅପାରଗ ଦାଗ ଲଗାଅ

Business Line

ଭୁବନେଶ୍ୱର : ରାଜ୍ୟରେ ଥିବା ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ପାଇଁ ଆଜି ସାନି ଟେଣ୍ଡର ଆହ୍ଵାନ କରିଛନ୍ତି ଓଡ଼ିଶା ସରକାର । ପୂର୍ବ ଟେଣ୍ଡର ପ୍ରକ୍ରିୟାରେ କେତେକ ତ୍ରୁଟି କାରଣରୁ ଗତ ୨ ତାରିଖରେ ଏସବୁ ଖଣିଗୁଡ଼ିକର ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରାଯାଇଥିଲା । ଏହି ୨୦ଟି ଖଣି ମଧ୍ୟରେ ରହିଛି ୧୨ଟି ଲୁହାପଥର, ୨ଟି ମାଙ୍ଗାନିଜ ଓ ୬ଟି ଲୁହାପଥର-ମାଙ୍ଗାନିଜ ଖଣି । ଏମଏସଟିସି ପକ୍ଷରୁ ଏହି ଟେଣ୍ଡର ଆହ୍ଵାନ କରାଯାଇଛି । ଟେଣ୍ଡର ଡକ୍ୟୁମେଣ୍ଟ ଖରିଦ କରିବାର ଶେଷତାରିଖ ହେଉଛି ଡିସେମ୍ବର ୩୦ ଓ ଜାନୁୟାରୀ ୩୦ ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଡ ଦାଖଲ କରିହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe