କୋଭିଡ୍‌ ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ

୧୦ ଲକ୍ଷରେ ଜନସଂଖ୍ୟାରେ ଦେଢ଼ ଲକ୍ଷରୁ ଅଧିକଙ୍କ ନମୁନା ପରୀକ୍ଷା

କୋଭିଡ୍‌ ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ

Al Jazeera

ଭୁବନେଶ୍ବର : କୋଭିଡ୍‌ ନମୁନା ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ ରହିଛି। ଦେଶରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧ଲକ୍ଷ ୩୯ହଜାର ୩୭୪ଜଣଙ୍କ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହା ୧ଲକ୍ଷ ୫୭ହଜାର ୬୧୦ ରହିଛି। ଓଡ଼ିଶା ଉପରେ ଆହୁରି ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛନ୍ତି। ଦିଲ୍ଲୀରେ ସର୍ବାଧିକ ୫ଲକ୍ଷ ୫୮ହଜାର ୨୨୬ଜଣଙ୍କ ପରୀକ୍ଷା ହେଉଥିବା ଜଣାପଡ଼ିଛି।

ରାଜ୍ୟରେ ଏବେ ଦୈନିକ କରୋନା ପରୀକ୍ଷା ୨୫ ହଜାର ସଂଖ୍ୟା ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯,୭୮୮ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୭୫ ଲକ୍ଷ ୬୮ହଜାର ୨୧୬ଜଣଙ୍କ ନମୁନା ପରୀକ୍ଷା ହୋଇଛି। ଅପରପକ୍ଷରେ ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୧୫୦ ତଳକୁ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରେ ସର୍ବାଧିକ ୩୨ଜଣ ଓ ସମ୍ବଲପୁରରେ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ଫଳରେ ରାଜ୍ୟରେ ସାମଗ୍ରିକ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୪.୪୨ ପ୍ରତିଶତକୁ ଖସି ଆସିଛି। ଗତବର୍ଷ ସେପ୍ଟେମ୍ବରରେ ଏହା ପ୍ରାୟ ୭ ପ୍ରତିଶତକୁ ଛୁଇଁଥିଲା। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୪ହଜାର ୪୩୦କୁ ବୃଦ୍ଧି ପାଇଛି।

ରାଜ୍ୟରେ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୯୦୬କୁ ବୃଦ୍ଧି ପାଇଛି। ଆଜି ୧୪୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୧ହଜାର ୨୮୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe