କୋଭିଡ ସଂକ୍ରମଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି

Advertisment
କୋଭିଡ ସଂକ୍ରମଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି

ଭୁବନେଶ୍ବର: କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ସତ, ମାତ୍ର ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସରକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି । ସବୁ ହସ୍ପିଟାଲ ପ୍ରସ୍ତୁତ ରହିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଅକ୍ସିଜେନ, ବେଡ୍, ଆବଶ୍ୟକତା ଅନୁଯାୟୀ ମେଡିସିନ, ଭେଣ୍ଟିଲେଣ୍ଟର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି। ଯେଉଁମାନେ ବାହାରୁ ଆସିବେ ସେମାନଙ୍କର ସ୍କ୍ରିନିଂ କରାଯାଇ ଆଣ୍ଟିଜେନ ଟେଷ୍ଟ କରିବା ଲାଗି ମଧ୍ୟ କୁହାଯାଇଛି। ରାଜ୍ୟରେ ଟିକାକରଣ ବ୍ୟାପକ ଭାବେ ଚାଲିଛି। ଅଟୋ ଡ୍ରାଇଭର, ମାଂସ ବିକାଳୀ, ହୋଟେଲ କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କୁ ଟିକା ଦେବା ପାଇଁ ଆମେ ଜଣାଇଛୁ। ଟିକା ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି ବି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe