ଓଡ଼ିଶା ଛାଡ଼ୁଛି ମୌସୁମୀ: ସ୍ବାଭାବିକ ବର୍ଷିଲା, ଅକ୍ଟୋବରରେ ନିଅଣ୍ଟିଆ

Advertisment

ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇପାରେ। ଇତିମଧ୍ୟରେ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା

ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇପାରେ। ଇତିମଧ୍ୟରେ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା

ବର୍ଷା କମିଲା, ତାତି ବଢ଼ିଲା

ଭୁବନେଶ୍ବର: ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇପାରେ। ଇତିମଧ୍ୟରେ ମୌସୁମୀ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଛି। ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଜିଲ୍ଲାର ଅଧିକାଂଶ ଏବଂ ନୂଆପଡ଼ା ଓ କଳାହାଣ୍ଡିର କିଛି ସ୍ଥାନରୁ ଫେରିଯାଇଛି। ବାକି ଅଞ୍ଚଳରୁ ୧୫ ତାରିଖ ସୁଦ୍ଧା ଛାଡ଼ିବ। ଚଳିତବର୍ଷ ମୌସୁମୀ ଋତୁରେ ଓଡ଼ିଶା‌ରେ ସ୍ବାଭାବିକ ବର୍ଷା ହୋଇଥିଲେ ହେଁ ପରବର୍ତ୍ତୀ ସମୟ ଅର୍ଥାତ୍‌ ଗତ ୧୪ ଦିନ ହେଲା ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗିରହିଛି।

ମୌସୁମୀ ଋତୁ ଅର୍ଥାତ୍‌ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ୧,୦୯୨ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୫% କମ୍‌। ମାଲକାନଗିରିରେ ସର୍ବାଧିକ ୧୯୮୨.୧ ମିମି ବର୍ଷା ହୋଇଥିବା ବେଳେ  ନୂଆପଡ଼ା ଜିଲ୍ଲାରେ ୧୨୩୬.୬ ମିମି ହୋଇଥିଲା। ଏହି ଦୁଇ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୭୯୮.୯ ମିମି, କେନ୍ଦୁଝରରେ ୯୦୫.୨ ମିମି, ଦେବଗଡ଼ରେ ୯୦୫.୫ ମିମି ଓ ଝାରସୁଗୁଡ଼ାରେ ୯୨୧.୭ ମିମି ଅର୍ଥାତ୍‌ ସ୍ବାଭାବିକଠାରୁ କମ୍‌ ବର୍ଷା ରହିଥିଲା। ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ପରିମାଣ ସ୍ବାଭାବିକ ଥିଲା। ମୌସୁମୀ ପରବର୍ତ୍ତୀ ସମୟ ଅର୍ଥାତ୍‌ ଅକ୍ଟୋବର ପହିଲାରୁ ଆଜି ସୁଦ୍ଧା କୌଣସି ବି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇପାରି ନାହିଁ। ଝାରସୁଗୁଡ଼ା, ନୂଆପଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଆଦୌ ବର୍ଷା ହୋଇ ନ ଥିବା ବେଳେ ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରିରେ ନିଅଣ୍ଟିଆ ବର୍ଷା ପରିମାଣ ୨୦ରୁ ୫୯% ରହିଛି। ଅନ୍ୟ ସମସ୍ତ ଜିଲ୍ଲାରେ ବହୁତ ନିଅଣ୍ଟିଆ ବର୍ଷା ଅର୍ଥାତ୍‌ ୬୦%ରୁ ଅଧିକ ନିଅଣ୍ଟିଆ ହୋଇଛି।

ସେପଟେ କେନ୍ଦ୍ରୀୟ ଆରବ ସାଗରରେ ଥିବା ଅବପାତ ଏବେ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ମଧ୍ୟାହ୍ନ ସୁଦ୍ଧା ଓମାନର ମାସିରାଠାରୁ ଦକ୍ଷିଣ ପୂର୍ବରେ ୭୫୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା। ସେହିପରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ଦିନ ସମୟରେ ଜଗତ୍‌ସିଂହପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ପାରଳାଖେମୁଣ୍ଡିରେ ୩୫.୮, ବୌଦ୍ଧରେ ୩୫.୫, ବରଗଡ଼ରେ ୩୫.୫, ପାରାଦୀପରେ ୩୫.୩, ସମ୍ବଲପୁରରେ ୩୫.୨, ଅନୁଗୁଳରେ ୩୫.୧, ଟିଟିଲାଗଡ଼, କେନ୍ଦ୍ରାପଡ଼ା ଓ ପୁରୀରେ ୩୫ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe