ଓଡ଼ିଶା ଏବେ ବିକାଶର ଭୂଖଣ୍ଡ: ଅରୁଣ

Advertisment

ରାଜ୍ୟସ୍ତରୀୟ କୃଷକ ଦିବସ

ରାଜ୍ୟସ୍ତରୀୟ କୃଷକ ଦିବସ

ଓଡ଼ିଶା ଏବେ ବିକାଶର ଭୂଖଣ୍ଡ: ଅରୁଣ

ଭୁବନେଶ୍ବର : ଭୋକର ଭୂଗୋଳରୁ ବିକାଶର ଭୂଖଣ୍ଡରେ ପରିଣତ ହୋଇସାରିଛି ଓଡ଼ିଶା। ୧୯୯୯ ମସିହାରେ ଚାଉଳର ଅଭାବୀ ସ୍ଥିତିରୁ ୨୦୨୧ ମସିହାରେ ଚାଉଳର ବଳକା ରାଜ୍ୟ ହୋଇସାରିଛି। ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ-୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ସେ କହିଥିଲେ, ‘ମାଣ୍ଡିଆ’, ଗରିବ ଲୋକର ଖାଦ୍ୟରୁ ସ୍ୱାସ୍ଥ୍ୟକର ଖାଦ୍ୟରେ ପରିଣତ ହୋଇଛି, ଯାହାକୁ ରାଜ୍ୟ ସରକାର ମିସନ ମୋଡ୍‌ରେ ପ୍ରୋତ୍ସାହିତ କରୁଛନ୍ତି। ଓଡ଼ିଶା ଆଜି ମାଛ, କ୍ଷୀର, ମାଂସ, ଅଣ୍ଡା ଆଦି ଉତ୍ପାଦନରେ ସ୍ୱାବଲମ୍ବୀ ହୋଇସାରିଛି। ବିଗତ ଦୁଇ ଦଶନ୍ଧିରେ କୃଷି କ୍ଷେତ୍ରରେ ଓଡ଼ିଶା ମାଇଲଖୁଣ୍ଟ ଛୁଇଁବ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଭୂମିପୂଜା ଓ ଅଖିମୁଠି ଅନୁକୂଳ କରିଥିଲେ। ବିଭାଗ ପକ୍ଷରୁ କୃଷିମେଳାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ସହିତ କ୍ଷୁଦ୍ର ଓ ଲଘୁ ଶସ୍ୟ ମିସନ୍‌ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ପକୁଡି ଓ ସୁଆଁ ଖିରି କୃଷକଙ୍କୁ ଦିଆଯାଇଥିଲା। ମାଣ୍ଡିଆ ଓ ଅନ୍ୟାନ୍ୟ କ୍ଷୁଦ୍ର ଶସ୍ୟରେ ପ୍ରସ୍ତୁତ ବିସ୍କୁଟ ଓ ଲଡ଼ୁ ପ୍ରଦର୍ଶିତ ହୋଇଥିଲା। କୃଷି ଉତ୍ପାଦନ କମିସନର ତଥା ଉତ୍ସବର ମୁଖ୍ୟବକ୍ତା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା କହିଥିଲେ, କୃଷି ଉଦ୍ୟୋଗ ଯୋଜନାର ଉପଯୋଗ, ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର, ମୋବାଇଲ୍‌ ଆପ୍‌ ଦ୍ୱାରା କୃଷକର ଆୟ ଦ୍ୱିଗୁଣିତ ହେବ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ସଂଜୀବ ଚଢ଼ା, ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ସ୍ୱାଗତଭାଷଣ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe