ଭାଗନେଲେ ୪୮ଟି ସରକାରୀ ଆଇଟିଆଇର ୭୦୦ ଛାତ୍ରଛାତ୍ରୀ

Advertisment

ଓଡ଼ିଶା ଆଇଟିଆଇ ଫେଷ୍ଟ-୨୦୧୮ ଉଦ୍‌ଘାଟିତ

ଓଡ଼ିଶା ଆଇଟିଆଇ ଫେଷ୍ଟ-୨୦୧୮ ଉଦ୍‌ଘାଟିତ

ଭାଗନେଲେ ୪୮ଟି ସରକାରୀ ଆଇଟିଆଇର ୭୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର : ବୈଷୟିକ ଶିକ୍ଷା ତାଲିମ୍‌ ନିର୍ଦେଶାଳୟର ଆନୁକୂଲ୍ୟରେ ଆଇଟିଆଇ ଫେଷ୍ଟ୍‍ ୨୦୧୮ ଆଜି ଇଡ୍‌କୋ କ୍ରିକେଟ୍‌ ପଡ଼ିଆରେ ଆରମ୍ଭ ହୋଇଛି। ଏଥିରେ ୪୮ଟି ସରକାରୀ ଶିଳ୍ପ ତାଲିମ୍‌ କେନ୍ଦ୍ର(ଆଇଟିଆଇ)ର ସାତ ଶହ ଖେଳାଳି ୩୫ଟି ଖେଳରେ ଭାଗ ନେଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୬ ଜଣ ଛାତ୍ରୀ ପ୍ରତିଯୋଗୀ ଅଛନ୍ତି।

ଏହି ଫେଷ୍ଟକୁ ଉଦ୍‌ଘାଟନ କରି ଯୋଜନା ଓ ସଂଯୋଜନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଉଷା ଦେବୀ କହିଲେ, ରାଜ୍ୟ ସରକାର ଯୁବ ସମାଜର ଉନ୍ନତି ପାଇଁ ସମସ୍ତ ପ୍ରଚେଷ୍ଟା ସହିତ ସୁଯୋଗ ସୃଷ୍ଟି କରିଛନ୍ତି। ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ନେଇ ଏପରି ଫେଷ୍ଟ୍‌ର ଆୟୋଜନ କରିଛି।

ଆଇଟିଆଇ ଅନୁଷ୍ଠାନ ସମୂହର କ୍ରୀଡ଼ା ଓ ସାଂସ୍କୃତିକ ମହାକୁମ୍ଭ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଦକ୍ଷତାର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଉଦ୍‌ବୋଧନ ଦେଇ କହିଲେ, ଏଭଳି ଆଇଟିଆଇ ଫେଷ୍ଟ୍‌ ଆୟୋଜନ ଦ୍ୱାରା ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକଙ୍କ ମଧ୍ୟରେ ଏକ ସୁସ୍ଥ, ଶୈକ୍ଷିକ ଓ ଖେଳୁଆଡ଼ ମନୋଭାବର ବିକାଶ ହୋଇପାରିବ। ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦେଶାଳୟ ନିର୍ଦେଶକ ବଲଓ୍ଵନ୍ତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଞ୍ଜୟ କୁମାର ସିଂହ, ନିର୍ଦେଶକ, ନିୟୋଜକ ରାଜେଶ ପ୍ରଭାକର ପାଟିଲ, ସୁସ୍ମିତା ବାଗ୍‌ଚି, ବିଭିନ୍ନ ଆଇଟିଆଇର ଅଧ୍ୟକ୍ଷଙ୍କ ସମେତ ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ । ରାଜ୍ୟର ୬ଟି ଜୋନ୍‌ରୁ ଅଂଶଗ୍ରହଣକାରୀ ଦଳ ଓ ପଦାଧିକାରୀଙ୍କର ସମ୍ମିଳିତ ପ୍ୟାରେଡ୍‌ ପ୍ରଦର୍ଶନ କରାଯାଇଥିଲା। ଅଭିନେତ୍ରୀ ତଥା ଉପସ୍ଥାପିକା ଗୁନ୍‌ଗୁନ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ମାର୍ଚ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ୨୦୧୮ କାର୍ଯ୍ୟକ୍ରମାର ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe