Advertisment

Odisha-nirman-conclave: ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌; ଓଡ଼ିଶା ଆଧ୍ୟାତ୍ମିକତାର ପେଣ୍ଠସ୍ଥଳୀ: ସର୍ବପ୍ରିୟାନନ୍ଦ

Advertisment

ଓଡ଼ିଶା ବିକାଶର ନକ୍ସା ପ୍ରସ୍ତୁତ କରିବାକୁ ‘କନକ ନ୍ୟୁଜ୍‌’ ପକ୍ଷରୁ ଆଜି ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍-୨୦୨୫’ର (ଦଶମ ସଂସ୍କରଣ) ଅନୁଷ୍ଠିତ ହୋଇଛି। ସମ୍ମିଳନୀ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ....

ଓଡ଼ିଶା ବିକାଶର ନକ୍ସା ପ୍ରସ୍ତୁତ କରିବାକୁ ‘କନକ ନ୍ୟୁଜ୍‌’ ପକ୍ଷରୁ ଆଜି ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍-୨୦୨୫’ର (ଦଶମ ସଂସ୍କରଣ) ଅନୁଷ୍ଠିତ ହୋଇଛି। ସମ୍ମିଳନୀ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ....

zfhfshsffhfsh

ଭୁବନେଶ୍ବର: ଓଡ଼ିଶା ବିକାଶର ନକ୍ସା ପ୍ରସ୍ତୁତ କରିବାକୁ ‘କନକ ନ୍ୟୁଜ୍‌’ ପକ୍ଷରୁ ଆଜି ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍-୨୦୨୫’ର (ଦଶମ ସଂସ୍କରଣ) ଅନୁଷ୍ଠିତ ହୋଇଛି। ସମ୍ମିଳନୀ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀମୟ କର, ଅରୁନ୍ଧତୀ ଗ୍ରୁପ୍‌ର ଏମ୍‌ଡି ବ୍ରହ୍ମାନନ୍ଦ ମେହେର, ଓସିଏର ପୂର୍ବତନ ଅଧ୍ୟକ୍ଷ ଆଶୀର୍ବାଦ ବେହେରା, ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି, ଡ. ଶେଷ କିଷାନ ଫାର୍ମା ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଶେଷ କିଷାନ ଏବଂ ମଦର୍ସ ଗ୍ରୁପ୍‌ ଅଫ୍‌ ସ୍କୁଲର ପ୍ରତିଷ୍ଠାତା ପଲ୍ଲୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ, ଜଣାଶୁଣା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ହୃଦ୍‌ରୋଗ ବିଶେଷଜ୍ଞ ଡା.ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କୁ ଆସନ୍ତାକାଲି ଓଡ଼ିଶା ନିର୍ମାଣ ସମ୍ମାନ ପ୍ରଦାନ କରାଯିବ। 

ମୁଖ୍ୟଅତିଥି ଆଧ୍ୟାତ୍ମିକ ଗୁରୁ ସ୍ବାମୀ ସର୍ବପ୍ରିୟାନନ୍ଦ ‘ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ଅସ୍ମିତା’ ଶୀର୍ଷକ ଉପରେ ମତପ୍ରକାଶ କରି କହିଲେ ଯେ ରାମ, କୃଷ୍ଣ ସବୁ ଜଗନ୍ନାଥଙ୍କ ଅବତାର। ଜଗନ୍ନାଥ ହେଉଛନ୍ତି ଅବତାରୀ। କବି ଜୟଦେବଙ୍କ ଦଶବତାର ସ୍ତୋତ୍ରମ୍‌ରେ ଏହା ହିଁ କୁହାଯାଇଛି। କାହିଁ କେଉଁ କାଳରୁ ଆଧାତ୍ମିକ ଗୁରୁମାନେ ପୁରୀକୁ ଆସୁଥିଲେ। ରାମାନୁଜ, ଗୁରୁ ନାନକ, ଶ୍ରୀଜୟଦେବଙ୍କ ପରି ଆଧ୍ୟାତ୍ମିକ ମାର୍ଗ ପ୍ରଦର୍ଶକ ଏଠାରୁ ହିଁ ପ୍ରଚାରକୁ ଆଗେଇ ନେଇଥିଲେ। ଏହା ଆଧ୍ୟାତ୍ମିକତାର ପେଣ୍ଠସ୍ଥଳୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଲେ, ରାଜନେତାଙ୍କ ଉପରେ ସବୁକିଛି ଛାଡ଼ିଦେଲେ ଓଡ଼ିଶା ନିର୍ମାଣ ହୋଇପାରିବ ନାହିଁ। ଓଡ଼ିଶାକୁ ଶହେ ବର୍ଷ ହେବାକୁ ଆଉ ଅଳ୍ପ ବର୍ଷ ବାକି ରହିଛି। ପ୍ରଧାନମନ୍ତ୍ରୀ କହୁଛନ୍ତି ୨୦୪୭ରେ ଆମେ ବିକଶିତ ଭାରତ କରିବୁ। ହେଲେ କେହି କେବେ ନିଜକୁ ପ୍ରଶ୍ନ କରୁନାହାନ୍ତି କି ଏହି ବିକାଶର ନକ୍ସା ଆମ ପାଖରେ ଅଛି ତ? ଓଡ଼ିଶା ନିର୍ମାଣ ପୂର୍ବରୁ ଏ ନକ୍ସାର ରୂପରେଖ କ’ଣ ରହିବ ତାହା ସ୍ଥିର କରାଯାଉ ବୋଲି ସେ ମତବ୍ୟକ୍ତ କରିଥିଲେ।

୧୦ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଶା ନିର୍ମାଣ ସମ୍ମାନ

ସତକୁ ସତ କହିବାର ସାହସ ଆମେ ଭୁଲିଯାଇଛୁ: ଆଶୁତୋଷ 
ଓଡ଼ିଶା ନିର୍ମାଣର ନକ୍ସା ପ୍ରସ୍ତୁତ କରିବାକୁ ପଡ଼ିବ: ସୌମ୍ୟରଂଜନ

ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ଆଶୁତୋଷ କହିଲେ, ୧୦ରୁ ୧୫ ବର୍ଷ ଭିତରେ ଦେଶରେ ସାମ୍ବାଦିକତାର ସ୍ତର ବହୁତ ତଳକୁ ଖସିଯାଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଜି ବି ଆଖିରେ ଆଖି ମିଶାଇ ସାମ୍ବାଦିକମାନେ ପ୍ରଶ୍ନ କରୁଛନ୍ତି। ହେଲେ ଆମେ ପ୍ରଶ୍ନ କରିବାର ଶକ୍ତି ହରାଇ ବସିଛୁ। ଗାନ୍ଧୀଜୀ ଯଦି ଇଂରେଜଙ୍କ ବିରୋଧରେ ଠିଆ ହୋଇ ନଥାନ୍ତେ, ଇଂରେଜଙ୍କ ଲାଠିରେ ଗାନ୍ଧୀଜୀଙ୍କ ଅଣ୍ଟା ଭାଙ୍ଗିବାର ଭୟ ରହିଥାନ୍ତା, ଭଗତ ସିଂହଙ୍କୁ ଫାଶୀ ପାଇବାର ଭୟ ରହିଥାନ୍ତା ତା ହେଲେ କ’ଣ ଆମେ ସ୍ବାଧୀନ ହୋଇପାରି‌ଥାନ୍ତେ। ଆମେ ସତକୁ ସତ କହିବାର ସାହସ ଭୁଲିଗଲୁଣି। ରୁଚି ଫୁଡ୍‌ଲାଇନ୍‌ର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ରଶ୍ମି ସାହୁ କହିଲେ, ଆଗାମୀ କିଛିବର୍ଷ ଭିତରେ ଇ-କମର୍ସ ଓ କ୍ବିକ୍ କମର୍ସର ଗୁରୁତ୍ବ କମିଯିବ। ଏହା ବଦଳରେ ଆଉ କିଛି ନୂଆ ଆସିଥିବ। ତେଣୁ ଏହାକୁ ନଜରରେ ରଖି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ରୁଚି ସହ ଯୋଡ଼ି ହେବା ପାଇଁ ଅଧା ସ୍କୁଲରୁ ପାଠ ଛାଡ଼ିଥିବା ଯୁବକମାନେ ଫୋନ୍ କରୁଛନ୍ତି। ଏଭଳି ଯୁବକଙ୍କ ପାଖରେ ଉତ୍ସାହ ଭରି ରହିଛି। କେବଳ ନିଜ ଉପରେ ଅଧିକ ସମୟ ଦେବାକୁ ହେବ। ଜୀବନ‌ରେ ଆଗକୁ ବଢ଼ିବାକୁ ହେଲେ ବଡ଼ ସ୍ବପ୍ନ ଦେଖିବାକୁ ହେବ। ପ୍ୟାକେଜିଂ, ପ୍ରକ୍ରିୟାକରଣ ଓ ବିତରଣ ଭଳି କ୍ଷେତ୍ରରେ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ରହିଛି ବୋଲି ଉଭୟ କହିଥିଲେ।

ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ କହିଲେ, ଏହା ଦ୍ବିମତ ନୁହେଁ ଯେ ଓଡ଼ିଶା ଏକ ଧନୀ ରାଜ୍ୟ। କିନ୍ତୁ ଯେଉଁଭଳି ବିକାଶ ଓଡ଼ିଶାର ହେବା କଥା ସେଭଳି ହୋଇପାରିନି। ଅନେକ ଯୋଜନା ହେଉଛି, କିନ୍ତୁ ତୃଣମୂଳସ୍ତରରେ ଏହା ପହଞ୍ଚିପାରିନି। ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହେବ। ଏହା କହିଛୁ ଏବଂ କରିକି ଦେଖାଇବୁ। ଏଥିପାଇଁ ୧୦ ବର୍ଷ ନୁହେଁ, ବରଂ ୫ ବର୍ଷ ହିଁ ଯଥେଷ୍ଟ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଓଡ଼ିଶାର ପୂର୍ବତନ ପୁଲିସ ଡିଜି ସୁନିଲ ବଂଶଲ ‘ଦୁର୍ନୀତି: ବିକାଶ ଉପରେ ଏକ ଅଦୃଶ୍ୟ କର’ ଶୀର୍ଷକ ପ୍ରସଙ୍ଗରେ କହିଲେ, ଦୁର୍ନୀତି ବନ୍ଦ କରିବାକୁ ହେଲେ ଦୁର୍ନୀତିଖୋର ଅଧିକାରୀଙ୍କୁ ଚାକିରିରୁ ବିଦା କରିବା ଜରୁରୀ।

ଅନ୍ୟ ଏକ ଅଧିବେଶନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ପ୍ରଶାସନିକ ଓ ଶାସନ ରିଫର୍ମ୍‌ସ କମିଟିର ଅଧ୍ୟକ୍ଷ ଯୁଗଳ କିଶୋର ମହାପାତ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୱାର୍ଲଡ୍ ରିସୋର୍ସ ଇନ୍‌ଷ୍ଟିଚ୍ୟୁଟ୍‌ର (ଡବ୍ଲୁଆର୍‌ଆଇ) ଓଡ଼ିଶା ମୁଖ୍ୟ ବିରାଜିତା ଚିମଲାପତି ଯୋଗ ଦେଇ କହିଲେ, ସମନ୍ବୟ ସରକାର ଓ ମାନବ ସମ୍ବଳର ଉପଯୋଗ ଦ୍ବାରା ବିକାଶ ସମ୍ଭବପର। ଏହା ବିକାଶକୁ ଗତିଶୀଳ କରିବା ସହ ସରକାରଙ୍କ ୨୦୩୬ ବିକଶିତ ଓଡ଼ିଶା ଓ ୨୦୪୭ ବିକଶିତ ଭାରତ ସ୍ବପ୍ନକୁ ସାକାର କରିବ ବୋଲି ମତବ୍ୟକ୍ତ କରିଥିଲେ। ‘ଉଦ୍ୟମିତା ଓ ସଶକ୍ତୀକରଣ: ଭବିଷ୍ୟତକୁ ରୂପ ଦେଉଛନ୍ତି ମହିଳା’ ଶୀର୍ଷକ ଅଧିବେଶନରେ ତୁସି ମୋଟର୍ସର ପରିଚାଳନା ନିର୍ଦ୍ଦେଶିକା ପ୍ରୀତିପଲ୍ଲବୀ ପଟ୍ଟନାୟକ ଓ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍‌ସା ହଂସ ଅଂଶଗ୍ରହଣ କରି ଉଦ୍ୟୋଗୀ ମହିଳାମାନଙ୍କ ପାଇଁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe