ଓଡିଶା ଜଗର୍‌ନଟ୍‌ସର ପ୍ରାୟୋଜକ ହେଲା ଆର୍ସେଲରମିତଲ ନିପ୍ପନ୍ ଷ୍ଟିଲ୍‌

Advertisment
ଓଡିଶା ଜଗର୍‌ନଟ୍‌ସର ପ୍ରାୟୋଜକ ହେଲା ଆର୍ସେଲରମିତଲ ନିପ୍ପନ୍ ଷ୍ଟିଲ୍‌

ଭୁବନେଶ୍ୱର : ବିଶ୍ୱର ଅଗ୍ରଣୀ ଇସ୍ପାତ ନିର୍ମାତା ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ରାଜ୍ୟ ସରକାରଙ୍କ ଓଡିଶା ସ୍ପୋର୍ଟସ୍ ଡେଭଲପମେନ୍ଟ ଆଣ୍ଡ ପ୍ରୋମୋସନ୍ କମ୍ପାନୀ (ଓଏସ୍‌ଡିପିସି) ସହ ମିଳିତ ଉଦ୍ୟମରେ କ୍ରୀଡାର ବିକାଶ ଏବଂ ଏହାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଚୁକ୍ତି ସ୍ୱାକ୍ଷର କରିଛି। ଅଲଟିମେଟ୍‌ ଖୋ ଖୋ ପାଇଁ ପ୍ରସ୍ତୁତ ହେଉଥିବା ଓଡିଶା ଜଗର୍‌ନଟ୍ସ ପାଇଁ ମୁଖ୍ୟ ପ୍ରାୟୋଜକ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛି।

ମହାରାଷ୍ଟ୍ରର ପୁନେରେ ଚଳିତ ମାସ ୧୪ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ରାଜ୍ୟର ଏକମାତ୍ର ଖୋ ଖୋ ଦଳ ଓଡିଶା ଜଗର୍‌ନଟ୍ସ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛି। ଏହି ଚୁକ୍ତିନାମା ଏଏମ୍‌/ଏନ୍‌ଏସ୍ ଇଣ୍ଡିଆର ମାନବସମ୍ବଳ ଏବଂ ପ୍ରଶାସନ ବିଭାଗର ଉପନିର୍ଦ୍ଦେଶକ ସିଙ୍ଗୋ ନାକାମୁରା ଏବଂ ରାଜ୍ୟ ସରକାରଙ୍କ ଓଏସ୍‌ଡିପିସିର ନିର୍ଦ୍ଦେଶକ ତଥା ସ୍ପୋର୍ଟ୍ସ ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡାଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା।

ଭାରତର ସର୍ବ ପୁରାତନ ଖେଳର ଅନ୍ୟତମ ତଥା ସର୍ବପ୍ରଥମ ବୃତିଗତ ଖୋ ଖୋ ଲିଗ୍ ଖେଳକୁ ଆଧୁନୀକିକରଣ ଏବଂ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ଖୋ ଖୋକୁ ଏକ ପ୍ରାଚୀନ ଖେଳ ଭାବରେ ପ୍ରୋତ୍ସାହିତ କରିବା ଏବଂ ସର୍ବୋତ୍ତମ ଖେଳାଳିଙ୍କୁ ବୃତିଗତ ଭାବେ ଏହାକୁ ଆପଣେଇବା ପାଇଁ ପ୍ରୋତ୍ସାହିତ କରିବ। ତତ୍ ସହିତ ଦକ୍ଷିଣ ଏସିଆରେ ଖୋଖୋର ପୁନରୁଦ୍ଧାର ସହ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରି ଦେଶ ମଧ୍ୟରେ ଏହାକୁ ଏକ ପେସାଦାର ଲିଗର ପରିଚୟ ଦେବା ଏହି ଲିଗ୍‌ର ମୂଳ ଲକ୍ଷ୍ୟ। ସୂଚନା‌ଯୋଗ୍ୟ, ୨୦୨୧ ମସିହାରେ ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ଭୁବନେଶ୍ୱରରେ ଆୟୋଜିତ ହକି ପୁରୁଷ କନିଷ୍ଠ ବିଶ୍ୱ କପ୍‌ର ଅଫିସିଆଲ ପାର୍ଟନର ଥିଲା।

ଏହି ସହଭାଗୀତା ଉପରେ “ଓଡିଶା ସରକାରଙ୍କ ସ୍ପୋର୍ଟସ ଓ ଯୁବ ସେବା ସଚିବ ଏବଂ ଓଏସ୍‌ଡିପିସିର ଅଧ୍ୟକ୍ଷ ଆର୍‌. ଭିନିଲ୍ କ୍ରିଷ୍ଣା କହିଛନ୍ତି, ଓଡିଶା ସରକାର କ୍ରୀଡାର ବିକାଶକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ଗ୍ରହଣ କରିଛନ୍ତି ଏବଂ ଏହାର ଭିତ୍ତିଭୂମି ବିକାଶ, କାର୍ଯ୍ୟକ୍ରମଗୁଡିକର ଆୟୋଜନ, କ୍ରୀଡା ଏବଂ କ୍ରୀଡାବିତ୍‌ମାନଙ୍କୁ ପ୍ରାୟୋଜିତ କରିବାରେ କିଛି ଉଲ୍ଲେଖନୀୟ ସଫଳତା ମଧ୍ୟ ମିଳିଛି। ଆମର ଖେଳାଳିମାନେ ଜାତୀୟ ସ୍ତରରେ ଖୋ ଖୋ ଭଳି ସ୍ୱଦେଶୀ ଖେଳରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛନ୍ତି।”
ମାନବସମ୍ବଳ ଏବଂ ପ୍ରଶାସନ ବିଭାଗର ଉପନିର୍ଦ୍ଦେଶକ ସିଙ୍ଗୋ ନାକାମୁରା କହିଛନ୍ତି “ ପେସାଦାର ଖୋ ଖୋରେ ଏହାର ପ୍ରଥମ ଉଦ୍ୟମରେ ଓଡିଶା ସରକାରଙ୍କ ସହ ଭାଗୀଦାରୀ କରି ଆମେ ଗର୍ବିତ ଏବଂ ଆମେ ନିଶ୍ଚିତ ଯେ ଏହି ନୂତନ ଜାତୀୟ ଲିଗ୍ ସମଗ୍ର ଭାରତ ବା ଓଡିଶା ରାଜ୍ୟରେ ବିଶେଷକରି ବହୁ ଆଗକୁ ଯିବ। ଓଡିଶା ଜଗର୍‌ନଟ୍ସ ଦଳକୁ ବହୁତ ଶୁଭେଚ୍ଛା ଜଣାଉଛୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe