ଓଡିଶା କ୍ଷେତମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Advertisment
ଓଡିଶା କ୍ଷେତମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଦ୍ରକ: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ଷକୁ ସର୍ବନିମ୍ନ ୨୦୦ ଦିନର କାମ ଯୋଗାଇ ଦେବା, ଏମ୍ ଜିଏନ୍ଆର ଇ ଜିଏସ୍‌ରେ କେନ୍ଦ୍ରୀୟ ବ୍ୟୟବରାଦ ବୃଦ୍ଧି କରିବା, ଏମ୍‌ଜି ନ୍ଆରଇଜିଏସ୍‌ରେ ଦୈନିକ ସର୍ବନିମ୍ନ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି କରିବା, ଜାତି ଭିତ୍ତିରେ ଏମ୍‌ଜି ଏନ୍ଆରଇଜିଏସ୍‌ କାର୍ଯ୍ୟ ନିର୍ଘଣ୍ଟ ନିଷ୍ପତ୍ତି ବାତିଲ କରିବା, ଏମ୍‌ଜି ଏନ୍ଆରଇଜିଏସ କାର୍ଯ୍ୟରେ ଦୈନିକ ୨ଥର ଉପସ୍ଥାନ ନିଷ୍ପତ୍ତି ବାତିଲ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଆଦି ଦାବି ନେଇ ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।

ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ଆନ୍ଦୋଳନରେ ଓଡିଶା କ୍ଷେତମଜଦୂର ୟୁନିୟନ ରାଜ୍ୟ ଉପସଭାପତି ନିର୍ମଳ ନାୟକ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, କୃଷକ ନେତା ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ, ଛାତ୍ରନେତା ଷ୍ଟାଲିନ ଟିଟନ ଲେଙ୍କା, ଯୁବ ନେତା ପ୍ରତାପ ସେଠୀ, କ୍ଷେତମୂଲିଆ ନେତା ଘନଶ୍ୟାମ ଦାସ, ପିତାମ୍ବର ମଳିକ, ବାଦଲ ଦାସ, ଗଙ୍ଗାଧର ମହାଳିକ, ଅଶୋକ ବେହେରା, କୀର୍ତ୍ତନ ବିଶ୍ବାଳ, ବିଷ୍ଣୁ ଦାଶ, ମଳୟ ଭୋଇ, ଅଭିରାମ ବଳ,ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ନେତୃତ୍ବ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe