ଓଡ଼ିଶା କୃଷକ ସାଥୀ ସଂଘର ଧାରଣା

Advertisment
ଓଡ଼ିଶା କୃଷକ ସାଥୀ ସଂଘର ଧାରଣା

ଭୁବନେଶ୍ୱର : ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଦାବି ନେଇ ଆଜି ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସାଧାରଣ ସଂପାଦକ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଶୋଭାଯାତ୍ରା ରେଳ ଷ୍ଟେସନ୍‌ରୁ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲା।

କୃଷକ ସାଥୀମାନଙ୍କୁ ମାସିକ ସର୍ବନିମ୍ନ ୧୮ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ସହିତ ସ୍ଥାୟୀ ନିଯୁକ୍ତି ଦିଆଯାଉ। କୃଷକ ସାଥୀମାନଙ୍କୁ ସାମାଜିକ ସୁରକ୍ଷା, ପ୍ରୋଭିଡେଣ୍ଟ ଫଣ୍ଡ, ପେନସନ ଓ ଇଏସ୍‌ଆଇରେ ସାମିଲ କରାଯାଉ। ରାଜ୍ୟ ସରକାର ଏନ୍‌ଜିଓ ନୀତି ବନ୍ଦ କରି ସ୍କିମ୍‌ କାର୍ଯ୍ୟଗୁଡ଼ିକ କୃଷକ ସାଥୀଙ୍କ ଦ୍ୱାରା କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ସଂଘର କହିବାନୁଯାୟୀ, ରାଜ୍ୟ ସରକାର କୃଷି ଓ କୃଷକମାନଙ୍କୁ ବିଭିନ୍ନ ଫସଲର ଉତ୍ପାଦନ ପାଇଁ ଓ ବୈଷୟିକ ପରାମର୍ଶ ଦେବା ପାଇଁ ପ୍ରତି ପଞ୍ଚାୟତରେ ୨ଜଣ ଲେଖାଏଁ ୧୨ହଜାର ୬ଶହ କୃଷକ ସାଥୀ ନିଯୁକ୍ତି କରିଛନ୍ତି। ମାତ୍ର ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ କୃଷି କର୍ମଚାରୀ ରହିବା କଥା। ମାତ୍ର ସେମାନଙ୍କ କାର୍ଯ୍ୟକୁ କୃଷକ ସାଥୀମାନେ କରୁଛନ୍ତି। ଦୀର୍ଘ ୧୨ବର୍ଷ ଧରି ବିନା ପାରିଶ୍ରମିକରେ କୃଷକ ସାଥୀମାନେ କାର୍ଯ୍ୟ କରି ଆସୁଛନ୍ତି।

ଏଥିପାଇଁ ସଂଘ ପକ୍ଷରୁ ୨୦୦୬ ମସିହାରେ ଆନ୍ଦୋଳନ କରାଯାଇଥିଲା। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୦ ମସିହାରେ ବାର୍ଷିକ ୪ହଜାର ଓ ୨୦୧୫ ମସିହାରେ ୬ହଜାର ଟଙ୍କା ଅନୁଦାନ ଦିଆଯାଉଛି। କେତେକ ସ୍କିମ୍‌କୁ ଏହି କୃଷକ ସାଥୀଙ୍କ ଦ୍ୱାରା କରିବାର ନିୟମତ ଥିଲେ ହେଁ ସରକାର ସରକାରଙ୍କ ଏନ୍‌ଜିଓମାନଙ୍କୁ ସବୁ ସ୍କିମ୍‌ ଦେଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ଧାରଣାରେ ସଂଘର ରାଜ୍ୟ ସଭାପତି ଶିବାଜୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ, ନବ ନିର୍ମାଣ କୃଷକ ସଂଘର ରାଷ୍ଟ୍ରୀୟ ଆବାହକ ଅକ୍ଷୟ ଦାସ, ରାଜ୍ୟ ଆବାହକ ଶେଷଦେବ ନନ୍ଦ, ଶ୍ରୀଧର ମିଶ୍ର, ଜଗନ୍ନାଥ ଦେଓ, ଶ୍ରୀନିବାସ ଛୋଟରୟ, ଜିତେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ପରିଡ଼ା, ରତିରଂଜନ ଦାସ, ବିଜୟ ମଲ୍ଲିକ, ଗୁଣନିଧି ଦନ୍ତା, ସରୋଜ ଦାସ, ଦିଗମ୍ବର ଆଚାର୍ଯ୍ୟ, ପ୍ରଣବ ରାଉତ, ସୁଶାନ୍ତ ଜେନା, ନୀଳକଣ୍ଠ ଦଳାଇ, ପ୍ରଦୀପ୍ତ ପଟେଲ, ଅମୂଲ୍ୟ କର, ନିରଞ୍ଜନ ମହାପାତ୍ର ଓ ବଦ୍ରି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe