ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଦେଶ: ଭେଙ୍କିଆ ନାଇଡୁ

Advertisment

ଓଡ଼ିଆରେ ଅଭିଭାଷଣ ଆରମ୍ଭ, କହିଲେ ମାତୃଭାଷା ମାଧ୍ୟମରେ ଭାବକୁ ପ୍ରକାଶ କରିବା ହୋଇଥାଏ ସହଜ

ଓଡ଼ିଆରେ ଅଭିଭାଷଣ ଆରମ୍ଭ, କହିଲେ ମାତୃଭାଷା ମାଧ୍ୟମରେ ଭାବକୁ ପ୍ରକାଶ କରିବା ହୋଇଥାଏ ସହଜ

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଦେଶ: ଭେଙ୍କିଆ ନାଇଡୁ

ଭୁବନେଶ୍ୱର: ଓଡ଼ିଶା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେଶ। ମୋତେ ଓଡ଼ିଶା ଭଲ ଲାଗେ ବୋଲି ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶନିବାର କହିଛନ୍ତି। କଳିଙ୍ଗ ଇଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି(କିଟ୍‌) ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭେଙ୍କିଆ ନାଇଡୁ ମା, ମାତୃଭୂମି ଓ ମାତୃଭାଷାର ମହତ୍ତ୍ୱ ସମ୍ପର୍କରେ ସଂକ୍ଷେପରେ ଅଭିଭାଷଣ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଏହି ୩ଟି ଜିନିଷକୁ ଭୁଲି ରହିବା ସହଜ ନୁହେଁ। ମାତୃଭାଷା ମାଧ୍ୟମରେ ଭାବକୁ ପ୍ରକାଶ କରିବା ଯେତିକି ସହଜ ତାହା ଆଉ କେଉଁ ଭାଷାରେ ସହଜ ନୁହେଁ। ଆମେ ନିଜର ଗୃହ ସହରରେ ମାତୃଭାଷାରେ କଥା ହେବାକୁ ପ୍ରଥମେ ପସନ୍ଦ କରିଥାଉ।

୨ ଦିନିଆ ଗସ୍ତର ଅନ୍ତିମ ଦିନରେ ଉପ-ରାଷ୍ଟ୍ରପତି ନାଇଡୁ କହିଛନ୍ତି, ଜୀବନରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂଚନା ପ୍ରଯୁକ୍ତି ଯେତେ ଆଗରେ ଥାଉ ନାଁ କାହିଁକି ଗୁରୁଙ୍କ ସ୍ଥାନ ଗୁଗଲ୍ ନେଇ ପାରିବ ନାହିଁ। ଆଧୁନିକ ଦେଶରେ କୁଶଳତାକୁ ବିକାଶ କରିବାର ଅଛି। ଶିକ୍ଷା ବାଟ ଦେଖାଇଥାଏ। ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରୁଛି ବୋଲି ଉପ-ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ମୁଁ ରାଜନୀତିରୁ ସନ୍ୟାସ ନେଇଛି ସତ କିନ୍ତୁ ଜୀବନରୁ ନୁହେଁ। ସମାରୋହରେ ରାଜ୍ୟପାଳ ଏସ୍‌ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଦି ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe