Advertisment

CDMS: କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0’ ଶୁଭାରମ୍ଭ

Advertisment

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟରେ କଣ୍ଟ୍ରାକ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ‘କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0’ ଶୁଭାରମ୍ଭ ହୋଇଛି।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟରେ କଣ୍ଟ୍ରାକ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ‘କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0’ ଶୁଭାରମ୍ଭ ହୋଇଛି।

ph

ଭୁବନେଶ୍ବର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷ ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟରେ କଣ୍ଟ୍ରାକ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ‘କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0’ ଶୁଭାରମ୍ଭ ହୋଇଛି। ଏହି CDMS ପରିଚାଳନା ନିମନ୍ତେ ପୂର୍ତ୍ତ ବିଭାଗ ହେଉଛି ନୋଡାଲ ବିଭାଗ ଯେଉଁଥ‌ିରେ କି ନିର୍ମାଣ ବିଭାଗ ବ୍ୟତୀତ ଅନ୍ୟ ୪ ଗୋଟି ବିଭାଗ ଯଥା- ଜଳସମ୍ପଦ,ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମଧ୍ୟ ନୂତନ ବ୍ୟବସ୍ଥାର ସଦୁପଯୋଗ କରିପାରିବେ।

ଏହି କେନ୍ଦ୍ରୀୟ ଡିଜିଟାଲ୍ ଡାଟାବେସରେ କଣ୍ଟ୍ରାକ୍ଟରଙ୍କ ସୂଚନା, ଲାଇସେନ୍ସ, ପ୍ରମାଣପତ୍ର ଓ କାର୍ଯ୍ୟଦକ୍ଷତା ରେକର୍ଡ ସଂରକ୍ଷିତ ରହିବ। ଏଥିରେ ୱର୍କଫ୍ଲୋ ମ୍ୟାନେଜମେଣ୍ଟ, ଆନାଲିଟିକାଲ୍ ଡ୍ୟାସ୍‌ବୋର୍ଡ, MIS ରିପୋର୍ଟ ଏବଂ ଅନ୍ୟାନ୍ୟ ସିଷ୍ଟମ୍ ସହ ଏକୀକରଣ ଭଳି ବୈଶିଷ୍ଟ୍ୟ ରହିଛି। ‘ଉନ୍ନତ ପ୍ରଯୁକ୍ତି ପ୍ଲାଟଫର୍ମ ସହ CDMS 3.0 ରାଜ୍ୟର ନିର୍ମାଣ କ୍ଷେତ୍ର ପାଇଁ ଏକ ଗେମ୍-ଚେଞ୍ଜର୍ ହେବ।AIML, ଡାଟା ଆନାଲିଟିକ୍ସ ଭଳି ପ୍ରଯୁକ୍ତି ସହ 'One PAN-One Licence' ପ୍ରଣାଳୀ ଆଣି, ଦୁର୍ନୀତି ହ୍ରାସ, କାମର ଗୁଣବତ୍ତା ବୃଦ୍ଧି ଓ ଉତ୍ପାଦନ ବଢ଼ାଇବା ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଏହି ପ୍ଲାଟଫର୍ମ ମାଧ୍ୟମରେ କଣ୍ଟ୍ରାକ୍ଟରମାନେ ନିଜ ପ୍ରୋଫାଇଲ୍ ଅପଡେଟ୍, ଆବେଦନ ସ୍ଥିତି ଟ୍ରାକ୍ ଓ କଣ୍ଟ୍ରାକ୍ଟରସୂଚନା ପ୍ରାପ୍ତ କରିପାରିବେ,ଯାହା ରାଜ୍ୟର ନିର୍ମାଣ କ୍ଷେତ୍ର ପାଇଁ ଏକ ଗେମ୍-ଚେଞ୍ଜର୍ ହେବ।

ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଓ.ଏସ.ଡି-ତଥା-ସ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓଟ୍ଟା, ସର୍ବୋଚ୍ଚ ଯନ୍ତ୍ରୀ -ତଥା- ସ୍ୱତନ୍ତ୍ର ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ , ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍-ତଥା-ରାସ୍ତା) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ଆଞ୍ଚଳିକ ଅଧିକାରୀ ସୁନିଲ୍ କୁମାର, ଓ.ବି.ସି.ସିର ମୁଖ୍ୟ ମହାପ୍ରବନ୍ଧକ-II ଇଂ. ଶ୍ରୀଧର ରାଉତ, ମୁଖ୍ୟଯନ୍ତ୍ରୀ(ଜାତୀୟ ରାଜପଥ-୧) ଇଂ. ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ (ଜାତୀୟ ରାଜପଥ-୨) ଇଂ. ଦୀପକ କୁମାର ପାଣିଗ୍ରାହୀ, ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି-୧) ଇଂ. ପ୍ରିୟବ୍ରତ ସାମନ୍ତରାୟ ମୁଖ୍ୟ ଯନ୍ତ୍ରୀ (ରାସ୍ତା - ୨) ଇଂ. ଶିବବ୍ରତ ତାରିଆ, ମୁଖ୍ୟଯନ୍ତ୍ରୀ (ସେତୁ) ଇଂ. ଅରବିନ୍ଦ ତ୍ରିପାଠୀଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe