ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ଵିିତ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ: ମହିଳା ଓ ଶିଶୁବିକାଶ ମନ୍ତ୍ରୀ

Advertisment

୩ବର୍ଷ ବୟସରୁ କମ ଶିଶୁଙ୍କ ପାଇଁ ‘ବାତ୍ସଲ୍ୟ’ ଅଭିଯାନର ଶୁଭାରମ୍ଭ

୩ବର୍ଷ ବୟସରୁ କମ ଶିଶୁଙ୍କ ପାଇଁ ‘ବାତ୍ସଲ୍ୟ’ ଅଭିଯାନର ଶୁଭାରମ୍ଭ

ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ଵିିତ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ: ମହିଳା ଓ ଶିଶୁବିକାଶ ମନ୍ତ୍ରୀ

ଭୁବନେଶ୍ୱର: ତିନିବର୍ଷରୁ କମ୍‌ ବୟସର ଶଶିୁମାନଙ୍କ ଯତ୍ନ ଏବଂ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ବିକଶିତ ଶୈଶବକୁ ଆନୁଷ୍ଠାନିକ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆଜିଠାରୁ ‘ବାତ୍ସଲ୍ୟ’ ଅଭିଯାନର ଶୁଭାରମ୍ଭ କରାଯାଇଛିା

ଅଙ୍ଗନବାଡ଼ିର ସେବା ସମୂହରେ ତିନି ବର୍ଷ ବୟସରୁ ଛୋଟ ଶିଶୁଙ୍କ ପାଇଁ ମୁଖ୍ୟତଃ ପରିପୂରକ ପୁଷ୍ଟିସାଧନ, ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଅଧକ ଗୁରୁତ୍ୱ ଦିଆଯାଇଛିା କିନ୍ତୁ ଏହି ତିନିବର୍ଷ ଶିଶୁର ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏହି ବୟସରେ ଅବହେଳା କଲେ ତା’ର ପ୍ରଭାବ ଶିଶୁର ସାରା ଜୀବନର ବୃଦ୍ଧି ଓ ବିକାଶରେ ଅନ୍ତରାୟ ହୋଇଥାଏା ତେଣୁ ପିତାମାତାଙ୍କ ଜରିଆରେ ଦାୟିତ୍ୱର ସହିତ ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ଵିିତ କରିବା ପାଇଁ ‘ବାତ୍ସଲ୍ୟ’ ଉଦ୍ୟମ ଅଭିପ୍ରେତାବାତ୍ସଲ୍ୟ’ ଅଭିଯାନରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସେବା ସହିତ ଉପଯୁକ୍ତ ଯତ୍ନ ଏବଂ ଶିଶୁର ମସ୍ତିଷ୍କର ବିକାଶ ସହିତ ସଂପର୍କ ସମ୍ବନ୍ଧରେ ସୂଚନା ଦିଆଯିବା ଏଥପାଇଁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ସୂଚନା ସାମଗ୍ରୀ ଯେପରିକି ପିକୋ ପ୍ରୋଜେକଫର ମାଧ୍ୟମରେ ଆଞ୍ଚଳିକ ଭାଷାରେ ଭିଡ଼ିଓ, ପୋଷ୍ଟର, ଟିକି ମାଉସୀର ହାସ୍ୟଚିତ୍ର ଆଦିର ବ୍ୟବହାର କରାଯିବ, ଯାହା ଦ୍ୱାରା ଶିଶୁମାନେ ଅଧକ ଆକର୍ଷିତ ହେବୋ

publive-image

ଏହି ଅବସରରେ ଡିଜିଟାଲ୍‌ ମାଧ୍ୟମରେ ଶିଶୁମାନଙ୍କ ପାଇଁ କୁନି କାଲେଣ୍ଡର, ମାତୃଭାଷାଭିତ୍ତିକ ୧୧ଟି ପୋଷ୍ଟର, ଓଡ଼ିଆ ଭାଷାରେ ପ୍ୟରେଣ୍ଟସ୍‌ ପ୍ଲସ୍‌ ମଡ୍ୟୁଲ୍‌, ସୁଖଦ ଲାଳନପାଳନ ସଂପର୍କିତ ଫ୍ଲିପ୍‌ ବୁକ୍‌, ପ୍ରାକଶ୍ରୈଶବ ଉଦ୍ଦୀପନା ସଂପର୍କିତ ଭିଡ଼ିଓ ଚିତ୍ର ସମ୍ବଳିତ ‘ବାତ୍ସଲ୍ୟ’ ପ୍ୟାକେଜ୍‌ ମନ୍ତ୍ରୀ ଶ୍ରୀମତୀ ସାହୁ ଉନ୍ମୋଚନ କରିଥଲୋ ୧୦ଟି ଜନଜାତି ଭାଷାରେ ପ୍ରସ୍ତୁତ ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ପ୍ରଦର୍ଶିତ ହୋଇଥଲାା ଭର୍ଚୁଆଲ୍‌ ମୋଡରେ ଅନୁଷ୍ଠିତ ଏକ ଉତ୍ସବରେ ବାତ୍ସଲ୍ୟ’ ଅଭିଯାନର ଲୋକାର୍ପଣ କରି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଲେ, ପ୍ରତ୍ୟେକ ଶିଶୁର ବିକଶିତ ଏବଂ ପରିପୂର୍ଣ୍ଣ ଶୈଶବ ପାଇଁ ପିତାମାତାଙ୍କଠାରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିକଟରୁ ପର୍ଯ୍ୟାପ୍ତ ବାତ୍ସଲ୍ୟମମତା ପାଇବା ଆବଶ୍ୟକା ଶିଶୁର ଲାଳନପାଳନରେ ପିତାମାତା ଏବଂ ପରିବାରର ଯେଉଁ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ତାକୁ ସଠିକ୍‌ ଢଙ୍ଗରେ ରୂପାନ୍ତରିତ କରିବା ଦିଗରେ ‘ବାତ୍ସଲ୍ୟ’ ଏକ ଅଭିନବ ଏବଂ ସୁଦୂରପ୍ରସାରୀ ଅଭିଯାନା ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେଲେ ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ଵିତ କରି ଶିଶୁର ସାରା ଜୀବନ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବାରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ ହେବା’

publive-image

ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ହାଭାର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଅର୍ଥନୀତିଜ୍ଞ ଜେମସ୍‌ ଜେ ହେକ୍‌ମ୍ୟାନ୍‌ଙ୍କ ଉକ୍ତି ଉଲ୍ଲେଖ କରି କହିଥଲେ, ଆଦ୍ୟ ଶୈଶବର ଅଭିବୃଦ୍ଧି ନିମନ୍ତେ ଆମେ ଯେତେଶୀଘ୍ର ଶିଶୁର ସାମଗ୍ରିକ ବିକାଶରେ ବିନିଯୋଗ କରିବା ତାହାର ସୁଫଳ ସେତେଶୀଘ୍ର ପାଇପାରିବାା କାରଣ ପ୍ରଥମ ଦୁଇବର୍ଷରେ ହିଁ ଶିଶୁର ମସ୍ତିଷ୍କର ବିକାଶ ସବୁଠାରୁ ଅଧକା ହୋଇଥାଏା ତେଣୁ ପୁଷ୍ଟି ଓ ସ୍‌ୱାସ୍ଥ୍ୟସେବା ସହିତ ତା’ର ମସ୍ତିଷ୍କର ବିକାଶ ପାଇଁ ଉଦ୍ଦୀପନା ବିଶେଷ ଗୁରୁତ୍ୱ ବହନ କରିଥାଏା ପ୍ରତି ମାସର ୧୯ ତାରିଖରେ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଅଙ୍କୁର ଦିବସ ପାଳନ, ମାତୃଭାଷାଭିତ୍ତିକ ପ୍ରାକଶ୍ରିକ୍ଷା କାର୍ଯ୍ୟକ୍ରମ ବେଶ୍‌ ସଫଳ ହୋଇଥବାବେଳେ ବାତ୍ସଲ୍ୟ’ ଅଭିଯାନର ଦୀର୍ଘସ୍ଥାୟୀ ଏବଂ ଫଳପ୍ରଦ ପ୍ରଭାବ ଅନୁଭୂତ ହେବ ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଥଲୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe