ଓଡ଼ିଶା ଲୋକସଭା ନିର୍ବାଚନ: ବିଜେପିର ୯ ପ୍ରାର୍ଥୀ ବୃହତ ବିଜୟ ମୁହାଁ

ଓଡ଼ିଶା ଲୋକସଭା ନିର୍ବାଚନ: ବିଜେପିର ୯ ପ୍ରାର୍ଥୀ ବୃହତ ବିଜୟ ମୁହାଁ

ଭୁବନେଶ୍ବର: ଓଡ଼ିଶା ଲୋକସଭା ନିର୍ବାଚନ ପ୍ରାରମ୍ଭିକ ଧାରାରେ ବିଜେପି ରାଜ୍ୟର ମୋଟ୍ ୨୧ଟି ଲୋକସଭା ଆସନରୁ ୧୯ ଆସନରେ ଆଗୁଆ ରହିଛି। ଶାସକ ଦଳ ବିଜେଡି କେବଳ ଯାଜପୁର ଲୋକସଭା ଆସନରେ ଆଗୁଆ ରହିଛି। ଅପରପକ୍ଷରେ କଂଗ୍ରେସ କୋରାପୁଟ ଲୋକସଭା ଆସନରେ ଆଗୁଆ ଅଛି।

ଯାଜପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏବଂ କୋରାପୁଟ ଲୋକସଭା ଆସନରୁ କଂଗ୍ରେସର ସପ୍ତଗିରି ଉଲାକା ଆଗରେ ରହିଛନ୍ତି ।
ବିଜେପିର ୯ ପ୍ରାର୍ଥୀ ବୃହତ ବିଜୟ ମୁହାଁ ହୋଇଛନ୍ତି। ସେଥିମଧ୍ୟରେ ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ ପୁରୀ ଲୋକସଭା ଆସନରେ ବିଜେପିର ୯ ପ୍ରାର୍ଥୀ ବୃହତ ବିଜୟ ମୁହାଁ ହୋଇଛନ୍ତି।

ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସର୍ବାଧିକ ୧,୧୮,୬୮୫ ଭୋଟରେ ଆଗୁଆ ଥବାବେଳେ ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମ ୭୦,୪୪୭ ଭୋଟ, ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୧,୫୩୯ ଭ‌ୋଟ, କେନ୍ଦୁଝରରେ ବିଜେପିର ଅନନ୍ତ ନାଏକ ୫୯,୧୪୭ ଭୋଟ, ମୟୂରଭଞ୍ଜରେ ବିଜେପିର ନବଚରଣ ମାଝୀ ୫୨,୩୦୫ ଭୋଟ, ଭଦ୍ରକରେ ବିଜେପିର ଅଭିମନ୍ୟୁ ସେଠୀ ୩୬,୮୯୪ ଭୋଟରେ ଆଗୁଆ ରହିଛନ୍ତି।

ସେହିପରି ବଲାଙ୍ଗିରରେ ବିଜେପିର ସଙ୍ଗୀତା ସିଂହଦେଓ ୫୭,୨୬୯ ଭୋଟରେ ଆଗୁଆ ଥିବାବେଳେ କଳାହାଣ୍ଡିରେ ବିଜେପିର ମାଳବିକା ଦେବୀ ୬୩,୨୨୫ ଭୋଟ, ନବରଙ୍ଗପୁରରେ ବିଜେପିର ବଳଭଦ୍ର ମାଝୀ ୪୯,୧୦୮ ଭୋଟରେ ଆଗୁଆ ରହିଛନ୍ତି।

ପୁରୀରେ ବିଜେପିର ସମ୍ବିତ ପାତ୍ର ୪୭,୯୩୨ ଭୋଟ, ବ୍ରହ୍ମପୁରରେ ବିଜେପିର ପ୍ରଦୀପ ପାଣିଗ୍ରାହୀ ୫୦,୨୫୧ ଭୋଟ. କଟକରେ ବିଜେପିର ଭର୍ତ୍ତୃହରି ମହତାବ ୧୯, ୪୪୦ ଭ‌ୋଟ, ଜଗତସିଂହପୁରରେ ବିଜେପିର ବିଭୂପ୍ରସାଦ ତରାଇ ୧୭, ୮୨୧ ଭୋଟ, ଆସିକାରେ ବିଜେପିର ଅନୀତା ଶୁଭଦର୍ଶିନୀ ୧୭, ୨୪୭ ଭୋଟ, କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡା ୧୦, ୮୨୩ ଭୋଟ ଓ ଭୁବନେଶ୍ୱରରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ୧୦, ୭୦୪ ଭୋଟରେ ଆଗୁଆ ଅଛନ୍ତି।

ସେହିପରି ଢେଙ୍କାନାଳରେ ବିଜେପିର ରୁଦ୍ର ନାରାୟଣ ପାଣି ୧୮, ୨୧୧ ଭୋଟ, ବାଲେଶ୍ୱରରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୧୭,୭୦୨ ଭୋଟ ଓ କନ୍ଧମାଳରେ ବିଜେପିର ସୁକାନ୍ତ ପାଣିଗ୍ରାହୀ ୪,୦୭୭ ଭୋଟରେ ଆଗୁଆ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe