ଅବସର ପରେ ପୁନଃନିଯୁକ୍ତି ପାଇବେନି ଲୋକାୟୁକ୍ତ ଅଧ୍ୟକ୍ଷ କିମ୍ବା ସଦସ୍ୟ, ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ବି ମନା

Advertisment

ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍‌ ୨୦୨୦ ବିଧାନସଭାରେ ପାରିତ

ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍‌ ୨୦୨୦ ବିଧାନସଭାରେ ପାରିତ

ଭାପୁର ବ୍ଲକରେ ଗୃହ ଦୁର୍ନୀତି: ଉପାଧ୍ୟକ୍ଷ ଗୟାଧରଙ୍କୁ ଲୋକାୟୁକ୍ତ ନୋଟିସ୍‌

Odisha Bytes

ଭୁବନେଶ୍ୱର : ଏଣିକି ଲୋକାୟୁକ୍ତ ଅଧ୍ୟକ୍ଷ କିମ୍ବା ସଦସ୍ୟ ଅବସର ପରେ କୌଣସି କମ୍ପାନି, ସୋସାଇଟି, କୁଟନୈତିକ ନିଯୁକ୍ତି, ସ୍ଥାନୀୟ ପ୍ରଶାସନ କିମ୍ବା ସ୍ବୟଂଶାସିତ ସଂସ୍ଥାରେ ଚାକିରି କରିପାରିବେନି। ଏପରିକି ୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସାଧାରଣ ନିର୍ବାଚନ, ବିଧାନସଭା, ପୌର କିମ୍ବା ପଞ୍ଚାୟତ ନିର୍ବାଚନରେ ବି ପ୍ରତିଦ୍ବନ୍ଦ୍ବିତା କରିପାରିବେନି। ଏ ନେଇ ଆଜି ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍‌ ୨୦୨୦ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହି ବିଲ୍‌କୁ ବିଧାନସଭାରେ ଆଗତ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଲ୍‌ ଆଲୋଚନା ବେଳେ ଓଡ଼ିଶା ଲୋକାୟୁକ୍ତ ରିପୋର୍ଟ ନ ମିଳିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜ୍ୟପାଳଙ୍କ ଅନୁମୋଦନ ପରେ ଲୋକାୟୁକ୍ତ ବାର୍ଷିକ ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ବିବୃତି ରଖିଥିଲେ।

ଶ୍ରୀ ମିଶ୍ର କହିଥିଲେ, ଓଡ଼ିଶା ଲୋକାୟୁକ୍ତ ଆଇନର ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ଲୋକାୟୁକ୍ତ ତାଙ୍କର ବାର୍ଷିକ ରିପୋର୍ଟ ରାଜ୍ୟପାଳଙ୍କ ପାଖକୁ ପଠାଇବେ। ଆବଶ୍ୟକ ପଡ଼ିଲେ, ରାଜ୍ୟପାଳ ସ୍ପଷ୍ଟୀକରଣ ମାଗିବା ସହିତ ବାଚସ୍ପତିଙ୍କ ପାଖକୁ ପଠାଇବା ପରେ ବିଧାନସଭାରେ ଉପସ୍ଥାପନ ହେବ। କିନ୍ତୁ ଲୋକାୟୁକ୍ତଙ୍କ ରିପୋର୍ଟ ପାଇବା ପାଇଁ ବାଚସ୍ପତିଙ୍କୁ ଚିଠି କରିଥିଲେ ବି କିଛି ଉତ୍ତର ମିଳୁନି। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କଠାରୁ ରିପୋର୍ଟ ସମ୍ପର୍କରେ ଜାଣିବାକୁ ସେ ଚାହିଁଥିଲେ। ଲୋକାୟୁକ୍ତଙ୍କ ରିପୋର୍ଟ ବିଧାନସଭାକୁ ଆସିନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe