ଓଡ଼ିଶାରେ ଲୋକସଭା ନିର୍ବାଚନ: ବିଜେପି ୧୮, ବିଜେଡି ୨ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ

ଓଡ଼ିଶାରେ ଲୋକସଭା ନିର୍ବାଚନ: ବିଜେପି ୧୮, ବିଜେଡି ୨ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ୧୮ଟି ଲୋକସଭା ଆସନରେ ଆଗୁଆ ଥିବା ବେଳେ ବିଜେଡି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିବା ଜଣାଯାଇଛି।କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ ଅଛନ୍ତି। ସେହିପରି ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗରେ ଅଛନ୍ତି।

ଏଣେ ଭୁବନେଶ୍ବର, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, ଆସିକା, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ଭଦ୍ରକ, ବ୍ରହ୍ମପୁର, ପୁରୀ, ଲୋକସଭା ଆସନରେ ଆଗୁଆ ଥିବା ଜଣାଯାଇଛି। ତେଣେ ବିଜେଡି ପ୍ରାର୍ଥୀମାନେ କନ୍ଧମାଳ ଓ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଆଗୁଆ ରହିଥିବା ଜଣାଯାଇଛି। କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା  ଆଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe