ବିଧାନସଭାରେ ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ପାରିତ, ଗଠନ ହେବ ମେରିଟାଇମ୍ ବୋର୍ଡ

Advertisment
ବିଧାନସଭାରେ ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ପାରିତ, ଗଠନ ହେବ ମେରିଟାଇମ୍ ବୋର୍ଡ

ଭୁବନେଶ୍ବର: ବିଧାନସଭାରେ ଆଜି ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୦୨୦ ପାରିତ ହୋଇଛି। ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟ‌ରେ ମେରିଟାଇମ ବୋର୍ଡ ଗଠନ ହେବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ୧୨ ଜଣ ସଦସ୍ୟ ରହିବେ। ଏହାର ସଦସ୍ୟ ସଚିବ ରହିବେ ବାଣିଜ୍ୟ ଓ ପରିବହନ ସଚିବ, ଶିଳ୍ପ ସଚିବ ଓ ରାଜସ୍ବ ବିଭାଗ ସଚିବ। ନୌସେନାର ଜଣେ ପ୍ରତିନିଧି ମଧ୍ୟ ବୋର୍ଡରେ ସଦସ୍ୟ ରହିବେ। ବନ୍ଦର ପରିଚାଳନା କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ମଧ୍ୟ‌ ବୋର୍ଡରେ ରଖାଯିବ।

ଲୋକଙ୍କୁ ଏହି ବୋର୍ଡ଼ ପିପିପି ମୋଡ଼ରେ ବନ୍ଦରର ବିକାଶ, ନିର୍ମାଣ, ରକ୍ଷଣାବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ, ଜଳ ପଥର ଉନ୍ନତିକରଣ କ୍ଷେତ୍ରରେ କାର୍ଯ୍ୟ କରିବ। ସମନ୍ବିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବ । ଯେବେ ରାଜ୍ୟ ସରକାର ଅନୁଭବ କରିବେ ବୋର୍ଡ଼ ନିୟମ ଖିଲାପ କରି କାର୍ଯ୍ୟ କରୁଛି, ସେତେବେଳେ ବୋର୍ଡ଼କୁ ଭାଙ୍ଗି ପାରିବେ । ରାଜ୍ୟରେ ୧୪ଟି ଅଣ-ବୄହତ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି। ସେ ମଧ୍ୟରୁ ଧାମରା, ଗୋପାଳପୁର କାର୍ଯ୍ୟକ୍ଷମ ହୋଇଛି। ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା‌ ବନ୍ଦର କାମ ଚାଲିଛି। ଧାମରାରୁ ୪୦୦ କୋଟି ଟଙ୍କା ଓ ଗୋପାଳପୁରରୁ ୧୦୦ କୋଟି ଟଙ୍କା ରାଜସ୍ବ ଆସୁଛି। ଏହି ବିଧେୟକକୁ ବିଜେପି ସମର୍ଥନ କରିଥିଲେ ସୁଦ୍ଧା କିଛି ଅଂଶ ସଂଶୋଧନ ଦାବି କରିଥିଲା। କଂଗ୍ରେସ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe