ମାଟ୍ରିକ୍‌ ପରୀକ୍ଷା ପ୍ରସ୍ତୁତି : ଓ୍ଵବ୍‌ସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ, ୧୭ରୁ ମିଳିବ ହାର୍ଡକପି

Advertisment

୨୮୧୮ କେନ୍ଦ୍ର, ୬ଲକ୍ଷ ୮ହଜାର ପରୀକ୍ଷାର୍ଥୀ

୨୮୧୮ କେନ୍ଦ୍ର, ୬ଲକ୍ଷ ୮ହଜାର ପରୀକ୍ଷାର୍ଥୀ

ମାଟ୍ରିକ୍‌ ପରୀକ୍ଷା ପ୍ରସ୍ତୁତି : ଓ୍ଵବ୍‌ସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ, ୧୭ରୁ ମିଳିବ ହାର୍ଡକପି

Photo by : indiatvnews.com

କଟକ : ଆଜି ଅପରାହ୍‌ଣ ୨ଟାରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ବୋର୍ଡ ଓ୍ଵବ୍‌ସାଇଟ୍‌ www.bseodisha.ac.inରେ ଛଡାଯାଇଛି। ପରୀକ୍ଷାର୍ଥୀମାନେ ନିଜ ୟୁଜର ଆଇଡି /ପାସ୍‌ ଓ୍ଵାର୍ଡ ବ୍ୟବହାର କରି ଏହାକୁ ଡାଉନ୍‌ଲୋର୍ଡ କରିପାରିବେ। ହାଇସ୍କୁଲ ପ୍ରଧାନଶିକ୍ଷକମାନେ ସ୍କୁଲକୋଡ୍‌ ବ୍ୟବହାର କରି ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋର୍ଡ କରିପାରିବେ। ଆସନ୍ତା ୧୭ତାରିଖ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷାର୍ଥୀ (ରେଗୁଲାର/ଏକ୍ସରେଗୁଲାର)ଙ୍କ ଆଡ୍‌ମିଟ୍‌ କାର୍ଡ ହାର୍ଡକପି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଯିବ। ମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ (ଓପନ୍‌ ସ୍କୁଲ) ପରୀକ୍ଷାର୍ଥୀଙ୍କୁ ଆଡ୍‌ମିଟ୍‌ କାର୍ଡର ହାର୍ଡକପି ମିଳିବ ନାହିଁ। ସେମାନେ କେବଳ ଏହାକୁ ଓ୍ଵବ୍‌ସାଇଟ୍‌ରୁ ଲାଉନ୍‌ଲୋର୍ଡ କରିପାରିବେ।

ଗତ ଜାନୁଆରି ୨୭ତାରିଖରେ ବୋର୍ଡ ପକ୍ଷରୁ ମାଟ୍ରିକ୍‌, ରାଜ୍ୟମୁକ୍ତ ବିଦ୍ୟାଳୟ, ମାଧ୍ୟମା ପରୀକ୍ଷା ସଂକ୍ରାନ୍ତ ସମସ୍ତ ତଥ୍ୟ ବୋର୍ଡ ଓ୍ଵବ୍‌ସାଇଟ୍‌ରେ ଛଡାଯାଇଥିଲା। ସେହିପରି ଫେବ୍ରୁଆରି ୧୨ରୁ ୧୭ତାରିଖ ମଧ୍ୟରେ କୌଣସି ଗୋଟିଏ ଦିନରେ ହେବାକୁ ଥିବା ଦଶମ ଶ୍ରେଣୀ ଭୋକେସନାଲ୍‌ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଏକ୍ସଷ୍ଟରନାଲ୍‌ଙ୍କ ନିଯୁକ୍ତିପତ୍ର, ପରୀକ୍ଷା ସୂଚନା, ମାର୍କ ଫଏଲ୍‌, ପରୀକ୍ଷାର୍ଥୀଙ୍କ ଉପସ୍ଥାନ ସିଟ୍‌ ଆଦିକୁ ମଧ୍ୟ ବୋର୍ଡ େଓ୍ଵବ୍‌ସାଇଟ୍‌ରେ ଛଡାଯାଇଛି। ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ମାର୍କ ପୋଷ୍ଟିଂ ଲିଙ୍କ୍‌ ଆସନ୍ତା ୧୨ରୁ ୧୭ତାରିଖ ପର୍ଯ୍ୟନ୍ତ ଖୋଲାରହିବ। ଚଳିତ ବର୍ଷ ଦଶମରେ ୪ଟି ବିଷୟରେ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ ବୋଲି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମ୍‌ ସୂଚନା ଦେଇଛନ୍ତି। ଆଡ୍‌ମିଟ୍‌ କାର୍ଡରେ ଯଦି କୌଣସି ତ୍ରୁଟି ଥାଏ, ତେବେ ବୋର୍ଡର ଆଞ୍ଚଳିକ ବା କଟକ ମୁଖ୍ୟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଉଛି।

ଆସନ୍ତା ମାଟ୍ରିକ୍‌ ପରୀକ୍ଷାର ସ୍ୱଚ୍ଛ, ଶୃଙ୍ଖଳିତ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପଦପେକ୍ଷ ଗ୍ରହଣ କରାଯାଇଛି ବୋଲି ସଭାପତି ଡକ୍ଟର ବେଗମ୍‌ କହିଛନ୍ତି। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୫ଲକ୍ଷ ୯୦ହଜାର ୩୬୦ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୧୩ହଜାର ୯୭୮ଜଣ, ମଧ୍ୟମାରେ ୩ହଜାର ୭୧୫ଜଣ ପରୀକ୍ଷାର୍ଥୀ ରହିଛନ୍ତି। ମାଟ୍ରିକ୍‌ ପାଇଁ ୨୮୧୮ଟି କେନ୍ଦ୍ର ଚୟନ ହୋଇଥିବା ବେଲେ ଏଥିରେ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପାଇଁ ୧୦୧ଟି ଓ ମଧ୍ୟମା ପାଇଁ ୪୭ଟି ପରୀକ୍ଷା କେନ୍ଦ୍ର ରହିଛି। ପ୍ରଶ୍ନପତ୍ର ସୁରକ୍ଷା ପାଇଁ ୩୦୨ଟି ନୋଡାଲ୍‌ ସେଣ୍ଟର ସ୍ଥିର ହୋଇଥିବା ବେଳେ ଏଥିରେ ୨୩ଟି ପୁଲିସ୍‌ଷ୍ଟେସନ୍‌କୁ ନୋଡାଲ୍‌ ସେଣ୍ଟର ଚୟନ କରାଯାଇଛି। କନ୍ଧମାଳରେ ୭ଟି, କୋରାପୁଟରେ ୩ଟି, ମାଲ୍‌କାନାଗିରିରେ ୧୦ଟି, ରାୟଗଡ଼ାରେ ୩ଟି ଥାନା ନୋଡାଲ୍‌ ସେଣ୍ଟର ହୋଇଛି। ଏହା ସହିତ ଅନୁଗୁଳ ଓ ଚୌଦ୍ୱାର ଜେଲ୍‌ରେ ଦୁଇଟି ଉପକେନ୍ଦ୍ର ସ୍ଥିର ହୋଇଛି। ଅନୁଗୁଳରେ ଜଣେ ଓ ଚୌଦ୍ୱାର ଜେଲ୍‌ର ୫ଜଣ ଅନ୍ତେବାସୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଆଜି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ବୋର୍ଡ ସଂପାଦକ ରମାଶିଷ୍‌ ହାଜରା ଯୋଗଦେଇ ପରୀକ୍ଷା ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe