ବଦଳିଲା ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟ ସେବା କ୍ୟାଡର: ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପଦବି ସଂଖ୍ୟା ୪୫କୁ ବୃଦ୍ଧି

Advertisment

ସ୍ବତନ୍ତ୍ର ସଚିବ ପଦବି ସଂଖ୍ୟା ୧୪କୁ ବଢ଼ିଲା, ୪୫ ଅତିରିକ୍ତ ନିର୍ଦ୍ଦେଶକ ପଦବିର ଉଚ୍ଛେଦ

ସ୍ବତନ୍ତ୍ର ସଚିବ ପଦବି ସଂଖ୍ୟା ୧୪କୁ ବଢ଼ିଲା, ୪୫ ଅତିରିକ୍ତ ନିର୍ଦ୍ଦେଶକ ପଦବିର ଉଚ୍ଛେଦ

ଚିନ୍ତା ବଢ଼ାଇଲାଣି ବିରଳ ରୋଗର ଚିକିତ୍ସା: ଅଧିକାଂଶ ରୋଗ ପାଇଁ ଓଡ଼ିଶାରେ ନାହିଁ ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା(ଓଏମ୍‌ଏଚ୍‌ଏସ୍‌) କ୍ୟାଡରରେ ରାଜ୍ୟ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ଏଥିରେ ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ପଦବି ସଂଖ୍ୟାରେ ବୃଦ୍ଧି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ସୂଚନା ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ପୂର୍ବରୁ ୨ଟି ସ୍ବତନ୍ତ୍ର ସଚିବ(ଲେବଲ-୧୭) ପଦବି ରହିଥିଲା। ଏବେ ତାହା ୧୪କୁ ବୃଦ୍ଧି ପାଇଛି। ୨ ସ୍ବତନ୍ତ୍ର ସଚିବ ଓ ୧୨ ନିର୍ଦ୍ଦେଶକ ପଦବିକୁ ମିଶାଇ ଏହି ପଦବି ସୃଷ୍ଟି ହୋଇଛି। ସେହିପରି ସ୍ବାସ୍ଥ୍ୟ ବିଭାଗରେ ପୂର୍ବରୁ ୧୨ଟି ନିର୍ଦ୍ଦେଶକ ପଦବି ଥିବା ବେଳେ ଏବେ ପଦବି ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ୩୦ ସିଡିଏମ୍‌ଓ, କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଓ ଆରଜିଏଚ୍‌ ରାଉରକେଲାକୁ ମିଶାଇ ୨ ଓ ଏସ୍‌ଏଜି(ଫ୍ଲୋଟିଂ)ର ୧୩ ପଦବିକୁ ମିଶାଇ ନୂତନ ପଦବି ସୃଷ୍ଟି କରାଯାଇଛି। ଫଳରେ ସିଡିଏମ୍‌ଓମାନଙ୍କ ଏସ୍‌ଏଜି ପଦବିକୁ ପଦୋନ୍ନତି ହୋଇଛି। ଅପରପକ୍ଷରେ ପୂର୍ବରୁ ବିଭାଗରେ ରହିଥିବା ଅତିରିକ୍ତ ନିର୍ଦ୍ଦେଶକ(ଲେବଲ-୧)ରେ ୪୫ ପଦବି ଥିବା ବେଳେ ଏହାକୁ ଉଚ୍ଛେଦ କରାଯାଇଛି।

ଏହାସହ ଅତିରିକ୍ତ ନିର୍ଦ୍ଦେଶକ(ଲେବଲ-୨)ରେ ୩୭୪, ଯୁଗ୍ମ ନିର୍ଦ୍ଦେଶକରେ ୮୯୫, ଗ୍ରୁପ୍-ଏ ୧୭୦୯, ଗ୍ରୁପ୍-ଏ ଜୁନିଅର ବ୍ରାଞ୍ଚରେ ୧୨,୭୩୭ ପଦବିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏସବୁକୁ ମିଶାଇ ରାଜ୍ୟରେ ସମୁଦାୟ ପଦବି ସଂଖ୍ୟା ୧୫,୭୭୪ ରହିଛି। କ୍ୟାଡର ପରିବର୍ତ୍ତନ ଫଳରେ ଏବେ ଏସ୍‌ଏଜି ଗ୍ରେଡ୍‌ରେ ଯେଉଁ ନିର୍ଦ୍ଦେଶକମାନେ ରହିଛନ୍ତି ସେମାନେ ସୁପର ଟାଇ ପେ ଗ୍ରେଡ୍‌ରେ ରହିଥିବା ଆବଶ୍ୟକ ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe