ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରାଧୀନ ଓଡ଼ିଶା ଖଣି ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ସ୍ୱତନ୍ତ୍ର କମିଟିକୁ ବିସ୍ତତ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବା ଲାଗି ଆଉ ୧୦ ସପ୍ତାହର ମହଲତ ଦିଆଯାଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ହିଁ ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ବିଚାର କରିବେ ବୋଲି ଆଜି ବିଚାରପତି ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତ। ସୂଚନା ଥାଉ କି, ଖଣିଜ ରିହାତି ଆଇନ୍ ୧୯୬୦ର ଧାରା ୩୭ ଏବଂ ଏମ୍ଏମ୍ଡିଆର୍ ଆଇନର ଧାରା ୬(ଖ) ଉଲ୍ଲଂଘନର ଅନୁଧ୍ୟାନ ପାଇଁ ଗତବର୍ଷ ନଭେମ୍ବର ୨୨ରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଥିଲେ। ଦୁଇ ଅବସରପ୍ରାପ୍ତ ବିଚାରପତି ଅନୀଲ ଆର୍ ଡାଭେ ଓ ଜଷ୍ଟିସ୍ ବି.ଏସ୍.ସିଙ୍ଗଭିଙ୍କୁ ନେଇ ଗଠିତ ଏହି କମିଟି ୧୦ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। କମିଟିର ପରାମର୍ଶ କ୍ରମେ ଏହି ଉଲ୍ଲଂଘନ ମାମଲାରେ ୧୦ଜଣ ଖଣି ଲିଜଧାରୀଙ୍କୁ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା।
ସୁପ୍ରିମକୋର୍ଟରେ ଓଡ଼ିଶା ଖଣି ଦୁର୍ନୀତି ମାମଲା: ଅନୁଧ୍ୟାନ ରିପୋର୍ଟ ଦାଖଲ ପାଇଁ ଆଉ ୧୦ ସପ୍ତାହ ମହଲତ
Advertisment
Follow Us