ନାବାଳିକାକୁ ଗଣଦୁଷ୍କର୍ମ ମାମଲା: ଘରୋଇ ନ୍ୟୁଜ୍‌ ଚ୍ୟାନେଲ ଏମଡିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ନିର୍ଦ୍ଦେଶ

Advertisment

୪୮ ଘଣ୍ଟା ମଧ୍ୟରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କହିଲେ କମିଶନ

୪୮ ଘଣ୍ଟା ମଧ୍ୟରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କହିଲେ କମିଶନ

ନାବାଳିକାକୁ ଗଣଦୁଷ୍କର୍ମ ମାମଲା: ଘରୋଇ ନ୍ୟୁଜ୍‌ ଚ୍ୟାନେଲ ଏମଡିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଓ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିସିଆର)ର କମିଶନର ଭୁବନେଶ୍ୱର ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଘରୋଇ ନ୍ୟୁଜ୍‌ ଚ୍ୟାନେଲର କିଛି କର୍ମଚାରୀ ସଂପୃକ୍ତା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ପୀଡିତାଙ୍କ ମା’ କମିଶନଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ଏହି ଘଟଣାଟି ଗତ ଏପ୍ରିଲ- ମେ ମାସରେ ଘଟିଥିଲା। ଦୀର୍ଘ ପ୍ରାୟ ୧୫ ଦିନ ଧରି ଚ୍ୟାନେଲର ଅନେକ କର୍ମଚାରୀଙ୍କ ଦ୍ୱାରା ନାବାଳିକାଟି ଗଣଦୁଷ୍କର୍ମର ଶିକାର ହୋଇଥିଲା। ଅଭିଯୁକ୍ତମାନେ ହାତ ଓ ଗୋଡ ବାନ୍ଧି ପକାଇବା ପରେ ତା’ ସହ ଏହି ଜଘନ୍ୟ ଅପରାଧ କରିଥିଲେ। ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ରେକର୍ଡ କରି ପୀଡିତାଙ୍କୁ ଏହାକୁ ଲିକ୍‌ କରିବାକୁ ମଧ୍ୟ ଧମକ ଦେଇଥିଲେ। ସେହି ସଂସ୍ଥାରେ ରିସେପସନିଷ୍ଟ ଭାବରେ କାର୍ଯ୍ୟ କରିଥିବା ନାବାଳିକାଟିର ମା’ ଏହି ଅଭିଯୋଗ କରିଛନ୍ତି।
କମିଶନଙ୍କ ନିକଟରେ ସେ କରିଥିବା ଅଭିଯୋଗରେ କହିିଛନ୍ତି ଯେ ଯଦି ପୀଡିତା ଅଭିଯୁକ୍ତମାନଙ୍କ ନାମ ପ୍ରକାଶ କରନ୍ତି ବା ଘଟଣା ସଂପର୍କରେ କାହାରିକି କିଛି କହନ୍ତି, ତେବେ ସେମାନେ ନାବାଳିକାଙ୍କ ସହ ତାଙ୍କ ମାଙ୍କୁ ମଧ୍ୟ ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ପୀଡିତାଙ୍କ ମା’ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ଯଦିଓ ସେ ବ୍ୟକ୍ତିଗତ ଭାବେ ଏହି ଘଟଣା ସଂପୃକ୍ତ ନ୍ୟୁଜ୍‌ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ତଥାପି ସେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ବରଂ ଘଟଣାକୁ ଦବାଇ ଦେବାକୁ ଉଦ୍ୟମ କରିଥିଲେ।

publive-image
ଅଭିଯୋଗ ପାଇବା ପରେ ଏ ଘଟଣାରେ ନ୍ୟୁଜ୍‌ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକଙ୍କ ଏ ପ୍ରକାରର ଆଚରଣ ଶିଶୁ ସୁରକ୍ଷା ଅଧିନିୟମର ଧାରା ୧୯, ୨୦, ଏବଂ ୨୧ ଅନୁଯାୟୀ ତଥା ଆଇପିସିର ଅନ୍ୟାନ୍ୟ ଧାରା ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି କମିଶନ ବିବେଚନା କରିଛନ୍ତି। ସେଥିପାଇଁ ଆଜି ଟ୍ଵିନ୍‌ ସିଟିର ପୁଲିସ୍‌ କମିଶନର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭୁବନେଶ୍ୱରର ସଂପୃକ୍ତ ଘରୋଇ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶିକା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ କମିଶନରେଟ ପୁଲିସକୁ ୪୮ ଘଣ୍ଟା ମଧ୍ୟରେ ଆୟୋଗଙ୍କ ନିକଟରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିଜ ନିର୍ଦ୍ଦେଶନାମାରେ କହିବା ସହ ପୀଡିତା ଏବଂ ତାଙ୍କ ପରିବାରକୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe