ଭବାନୀପାଟଣା : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓଡ଼ିଶା ମୋ ପରିବାର ତରଫରୁ ଜିଲ୍ଲା ପ୍ରଶାସନର ସହାୟତାରେ ଜେଇଇ ମେନ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛତ୍ରୀ ତଥା ଅଭିଭାବକମାନେ କିପରି ସୁବିଧାରେ ଯାଇପାଇବେ ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଦାସ, ସହ-ସଂଯୋଜକ ରବି ପଟ୍ଟନାୟକଙ୍କ ନେତୃତ୍ୱରେ ଆଡ଼ଭୋକେଟ୍ ଜିତେନ୍ଦ୍ର ମହାନ୍ତି, ଆଦିତ୍ୟ ନନ୍ଦ, ଭବାନୀ ଶଙ୍କର ନିଆଲ, ଅବିନାଶ ଠାକୁର, ମଣ୍ଟୁ ନାଏକ, ଦିନେଶ ବଗର୍ତ୍ତି, ଲବଣିଧର ମହାନନ୍ଦ, ହର୍ଦୀପ୍ ସିଂହ, ଅମିତ୍ ୟାଦଵ, ମନୀନ୍ଦ୍ର ମହାନ୍ତି, କାମାକ୍ଷା ପ୍ରସାଦ ସିଂହଦେଓ, ସୀତାରାମ ନାୟକ ପ୍ରମୁଖ ଉପସ୍ଥିତ ରହି ମାସ୍କ୍ ଓ ସାନିଟାଇଜର୍ ବଣ୍ଟନ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ସରକାରୀ ଆଇଟିଆଇ ଅଧ୍ୟକ୍ଷ ମୁଦୁଲି, ସହକାରୀ ଜିଲ୍ଲାପାଳ ସୁଦୀପ୍ତ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ରାମନିବାସ ସିରକା, ଅରୁଣ ଶତପଥୀ, ସଞ୍ଜୟ ଠାକୁର, ବିଭାସ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସ୍ୱାଗତ ଆଇଟିସି ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ ସାନିଟାଇଜର ଓ ମାସ୍କ ଦେଇ ‘ଓଡ଼ିଶା ମୋ ପରିବାର’କୁ ସହାୟତାର ହାତ ବଢ଼ାଇ ଥିଲେ ।
ଭବାନୀପାଟଣା : ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା
Advertisment
Follow Us