ବରଗଡ଼ : ପର୍ବତାରୋହୀ ଲିପିକା ସେଠ୍ କରୋନା ଯୋଦ୍ଧା ଭାବେ ସାମନାକୁ ଆସିଛନ୍ତି। ନିଜେ ଘରେ ମାସ୍କ ତିଆରି କରି ଅସହାୟ ଏବଂ ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି। କିଛି ମାସ ତଳେ ଲିପିକା ସେଠ୍ ମାଉଣ୍ଟ ଆଲବ୍ରୁସ୍ ପର୍ବତ ଆରୋହଣ କରିଥିଲେ। ସେ ଫେରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ମାନରେ ମିଳିଥିବା ଉପଢ଼ୌକନ ଉତ୍ତରୀୟକୁ କାଟି ତାକୁ ସିଲେଇ କରି ଲିପିକା ମାସ୍କ ପ୍ରସ୍ତୁତ କରୁଛନ୍ତି। ତାଙ୍କର ଏହି ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି।
ଉପଢୌକନ ଉତ୍ତରୀୟରୁ ମାସ୍କ ତିଆରି କଲେ ଲିପିକା
Advertisment
Follow Us