ସାଂସଦ ପଦରୁ ବୈଜୟନ୍ତଙ୍କ ଇସ୍ତଫା

Advertisment
ସାଂସଦ ପଦରୁ ବୈଜୟନ୍ତଙ୍କ ଇସ୍ତଫା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଏ ନେଇ ସେ ଆଜି ଟ୍ଵିଟରରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ କରି କହିଛନ୍ତି ଯେ ବିଜୁ ଜନତା ଦଳ ସମ୍ପର୍କ ଛିନ୍ନ କରିବା ନେଇ ନିଷ୍ପତ୍ତି ନେବାପରେ ମୁଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ  ପତ୍ର ଲେଖି ଜଣାଇଥିଲି କି ମୋ ବାପାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟ ସଂପନ୍ନ ହେଲେ ସାଂସଦ ପଦରୁ ଇସ୍ତଫା ଦେଇଦେବି। ପରମ୍ପରା ଅନୁଯାୟୀ ଲୋକସଭା ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ଚାହିଁଥିଲି। କିନ୍ତୁ ବାଚସ୍ପତି ମହୋଦୟା ବିଦେଶଗସ୍ତରେ ଥିବାରୁ ଏହା ସମ୍ଭବ ହେଲା ନାହିଁ। ଏଣୁ ମୁଁ ତାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛି।ମଇ ୨୮ ତାରିଖ ଦିନ ତିନି ପୃଷ୍ଠାର ଏକ  ଚିଠି ଲେଖି ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe