ଓଡ଼ିଶା ପୌର ବିଧି (ସଂଶୋଧନ)ବିଲ୍‌ ପାରିତ

Advertisment

ଆଗତ ହେଲା ଆଉ ୨ଟି ବିଲ୍‌

ଆଗତ ହେଲା ଆଉ ୨ଟି ବିଲ୍‌

ଓଡ଼ିଶା ପୌର ବିଧି (ସଂଶୋଧନ)ବିଲ୍‌ ପାରିତ

ଭୁବନେଶ୍ୱର : ଆଜି ଗୃହରେ ଓଡ଼ିଶା ପୌର ବିଧି(ଦ୍ୱିତୀୟ ସଂଶୋଧନ) ବିଲ୍‌ ପାରିତ ହୋଇଯାଇଛି। ଏହା ସହିତ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ଜଙ୍ଗଲଜାତ ଦ୍ରବ୍ୟର ବିକ୍ରୟ ଉପରେ କର ବିଲ୍‌ ଏବଂ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲ୍‌ଥ(ଏଆଇପିଏଚ୍‌) ବିଶ୍ୱବିଦ୍ୟାଳୟ ବିଲ୍‌ ଆଗତ ହୋଇଛି। ଏହି ବିଲ୍‌ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଯାଇଛି। ଆସନ୍ତାକାଲି ବିଧାନସଭା ଅଧିବେଶନର ଶେଷ ଦିବସ ବୋଲି ଚର୍ଚା ହେଉଛି। ତେବେ ଶାସକ ଦଳ ୨ଟି ବିଲ୍‌ ପାରିତ କରାଇନେବାକୁ ଉଦ୍ୟମ କରିବ ବୋଲି କୁହାଯାଉଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ପୌର ବିଧି(ଦ୍ୱିତୀୟ ସଂଶୋଧନ) ବିଲ୍‌ ଉପସ୍ଥାପନ କରିଥିଲେ। ଏହି ବିଲ୍‌ରେ ଗୋଟିଏ ସଂଶୋଧନ ଅଣାଯାଇଛି। ପୌର ସଂସ୍ଥାରେ ଦଳବଦଳ ଯୋଗୁଁ ହେଉ ବା ଯେ କୌଣସି ପରିସ୍ଥିତିରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଅଯୋଗ୍ୟତା ପ୍ରଶ୍ନର ନିଷ୍ପତ୍ତି ପାଇଁ ୩୦ ଦିନ ଧାର୍ଯ୍ୟ ହୋଇଛି। ଏହି ସମୟ ଯଥେଷ୍ଟ ନୁହେଁ ଦର୍ଶାଇ ସଂଶୋଧନ ପ୍ରସ୍ତାବରେ ଏହାକୁ ୩୦ ଦିନ ବଦଳରେ ୯୦ ଦିନ ନିର୍ଧାରଣ କରାଯାଇଛି। ଏହି ବିଲ୍‌କୁ ବିଜେଡି ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସମର୍ଥନ କରିବା ପରେ ବିନା ବାଧାରେ ଏହା ପାରିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe