ଓଡ଼ିଶା ମ୍ୟୁନିସିପାଲ କର୍ମଚାରୀ ମହାସଂଘର ଗଣଧାରଣା

Advertisment
ଓଡ଼ିଶା ମ୍ୟୁନିସିପାଲ କର୍ମଚାରୀ ମହାସଂଘର ଗଣଧାରଣା

ଭୁବନେଶ୍ୱର: ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ହାରରେ ଦରମା ପ୍ରଦାନ କରିବା ଦାବି ନେଇ ଆଜି ଓଡ଼ିଶା ମ୍ୟୁନିସିପାଲ କର୍ମଚାରୀ ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲା। ସଭାପତି ତଥା ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ନେତୃତ୍ୱରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ମହାସଂଘର ଦାବି ଅନୁଯାୟୀ, ୧୯୯୩ ମସିହା ପରଠାରୁ କାର୍ଯ୍ୟ କରି ଆସୁଥିବା ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ। ସମସ୍ତ ସ୍ଥାୟୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅର୍ଥ ବିଭାଗ ଦ୍ୱାରା ଅନୁମୋଦିତ ସପ୍ତମ ବେତନ କମିସନ୍‌ ହାରରେ ବେତନ ପ୍ରଦାନ କରାଯାଉ। ସରକାରଙ୍କ ନିକଟରେ ଦୀର୍ଘଦିନ ହେବ ଏ ସଂପର୍କରେ ଦାବି ହେଉଥିଲେ ହେଁ ନଗର ଉନ୍ନୟନ ବିଭାଗର ଟାଳଟୁଳ ନୀତି ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ମହାସଂଘର ସଭାପତି ଗତ ମାର୍ଚ ୨୫ତାରିଖରେ ଏହି ଦାବିଗୁଡ଼ିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଏପ୍ରିଲ ୫ତାରିଖରେ ଏହି ଚିଠି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଥିପାଇଁ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିବାରୁ ମହାସଂଘ ପକ୍ଷରୁ ଏହାକୁ ନିନ୍ଦା କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଧାରଣାରେ ବିଧାୟକ ସୁବ୍ରତ ତରାଇ, ପ୍ରିୟଦର୍ଶୀ ମିଶ୍ର, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ସିଂ, ବରିଷ୍ଠ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି, ଲଳିତ ନାୟକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, କଟକ ମେୟର ମୀନାକ୍ଷୀ ବେହେରା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଯୋଗେନ୍ଦ୍ର ନାଥ ତ୍ରିପାଠୀ, ପ୍ରଭାତ ମହାନ୍ତି, ମନୋଜ ମହାନ୍ତି, ମହାସଂଘର କାର୍ଯ୍ୟକାରୀ ସଭାପତି ଆଶିଷ ସାହୁ, ସାଧାରଣ ସଂପାଦକ ପ୍ରଦୀପ କୁମାର ସାମଲ ଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଧାରଣା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe