୧୪ ଯାଏ ବଢ଼ିଲା ଜେଇଇ ଆଡଭାନ୍ସଡ୍‌ ଆବେଦନ: ମେ’ ୨୦ରେ ଓଡ଼ିଶାରେ ନିଟ୍‌

Advertisment
୧୪ ଯାଏ ବଢ଼ିଲା ଜେଇଇ ଆଡଭାନ୍ସଡ୍‌ ଆବେଦନ: ମେ’ ୨୦ରେ ଓଡ଼ିଶାରେ ନିଟ୍‌

Entrance Exams

ଭୁବନେଶ୍ବର: ଦେଶରେ ଥିବା ଆଇଆଇଟି ସମେତ ଆଇଏମ୍‌ଏସ୍‌ ଧାନବାଦରେ ନାମଲେଖାଇବା ପାଇଁ ମେ’ ୨୭ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଲାଗି ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ମେ’ ୩ରୁ ୯ ତାରିଖ ଭିତରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବାତ୍ୟାରେ ଓଡ଼ିଶା ପ୍ରଭାବିତ ହୋଇଥିବାରୁ ଏବେ ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଓଡ଼ିଶାର ପରୀକ୍ଷାର୍ଥୀମାନେ ମେ’ ୯ ବଦଳରେ ୧୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଭୁବନେଶ୍ବର ସମେତ ‌ରାଜ୍ୟର କେତେକ ସ୍ଥାନରେ ବିଦ୍ୟୁତ୍‌ ଓ ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇ ନଥିବାରୁ ଆବେଦନର ସମୟ ସୀମା‌ ୧୦ ଦିନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥି‌ଲେ। ଏହାକୁ ଦୃଷ୍ଟିରେ ରଖି ଆବେଦନ ସମୟ ସୀମା ୫ ଦିନ ବୃଦ୍ଧି କରାଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶାରେ ମେ’ ୨୦ରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ବାତ୍ୟା ପାଇଁ ୫ ତାରିଖ ରବିବାର ଓଡ଼ିଶାରେ ହେବାକୁ ଥିବା ଏହି ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଗତ ରବିବାର ସା‌ରା ଦେଶରେ ଏହି ପରୀକ୍ଷା ସୁରୁଖୁରରେ ଶେଷ ହୋଇଛି। ତେବେ ବାତ୍ୟା ପରବର୍ତୀ ସ୍ଥିତିରେ ସୁଧାର ଆସୁଛି। ସପ୍ତାହକ ମଧ୍ୟରେ ଭୁବନେଶ୍ବର ସ୍ଥିତିରେ ସୁଧାର ଆସିବ। ଓଡ଼ିଶାର ପ୍ରାୟ ୪୨ ହଜାର ପରୀକ୍ଷାର୍ଥୀ ଏଥର ନିଟ୍‌ ଦେବେ। ଏହି ପରୀକ୍ଷା ମେ’ ୨୦ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କେନ୍ଦ୍ରରେ କୌଣସି ପରିବର୍ତନ କରାଯାଇ ନାହିଁ। ପରୀକ୍ଷାର୍ଥୀମାନଙ୍କୁ ନୂଆ ଆଡମିଟ୍‌ କାର୍ଡ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe