ଓଡ଼ିଶା ଅଲିଭ୍‌ ରିଡ୍‌ଲେ ଆଣ୍ଡାମାନରେ: ସାଟେଲାଇଟ୍‌ ଟ୍ୟାଗ୍‌ରୁ ଜଣାପଡ଼ିଲା କଇଁଛଙ୍କ ଗତିବିଧି

Advertisment

ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବାକୁ ଭାରତୀୟ ତଟରକ୍ଷୀ ବାହିନୀ(ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିସନ୍‌ ‘ଅପରେସନ୍ ଅଲିଭିଆ’ ଏବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବାକୁ ଭାରତୀୟ ତଟରକ୍ଷୀ ବାହିନୀ(ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିସନ୍‌ ‘ଅପରେସନ୍ ଅଲିଭିଆ’ ଏବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଗହୀରମଥାରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ, ସମୁଦ୍ରକୁ ଗଲେ ୧୫ ଲକ୍ଷ କଇଁଛ ଶାବକ

ଭୁବନେଶ୍ବର: ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବାକୁ ଭାରତୀୟ ତଟରକ୍ଷୀ ବାହିନୀ(ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିସନ୍‌ ‘ଅପରେସନ୍ ଅଲିଭିଆ’ ଏବର୍ଷ ଉଲ୍ଲେଖନୀୟ ସଫଳତା ହାସଲ କରିଛି।  ‘ଅପରେସନ୍ ଅଲିଭିଆ’ ଆରମ୍ଭ ହେବାଠାରୁ ଭାରତୀୟ ତଟରକ୍ଷୀ ବାହିନୀ ୫,୩୮୭ରୁ ଅଧିକ ଭୂପୃଷ୍ଠ ପାଟ୍ରୋଲିଂ ଓ ୧,୭୬୮ଟି ଆକାଶ ନିରୀକ୍ଷଣ କରିଛି। ଯେଉଁଥିପାଇଁ ଅବୈଧ ମାଛ ଧରିବା ଓ କଇଁଛ ବାସସ୍ଥାନର ବିଶୃଙ୍ଖଳା ଭଳି ବିପଦକୁ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଅବୈଧ କଇଁଛ ଶିକାରରେ ସମ୍ପୃକ୍ତ ୩୬୬ଟି ଡଙ୍ଗାକୁ ଅଟକ ରଖାଯାଇଥିଲା। ପାଟ୍ରୋଲିଂ ବ୍ୟତୀତ ଭାରତୀୟ ତଟରକ୍ଷୀ ବାହିନୀ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରିଥିଲା। କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି।

ଏଥର ଅଲିଭ୍‌ ରିଡ୍‌ଲେଙ୍କ ଗତିବିଧି ଜାଣିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ହୋଇଥିଲା। ଗହିରମଥାରେ ଯେଉଁ କଇଁଛଙ୍କ ଶରୀରରେ ସାଟେଲାଇଟ୍‌ ଟ୍ୟାଗ୍‌ ହୋଇଥିଲା ତାହା ବଙ୍ଗୋପସାଗରର ଗଭୀର ସମୁଦ୍ର ତଥା ଆଣ୍ଡାମାନ ଉପକୂଳ ପାଖାପାଖି ଦେଖିବାକୁ ମିଳିଛି। ଓଡ଼ିଶା ଉପକୂଳ ଛାଡ଼ିବା ପରେ ଏହା ଗଭୀର ସମୁଦ୍ରକୁ ଯାଇ ପୁଣିଥରେ ନେଲୋର ଉପକୂଳକୁ ଫେରିଥିଲା। ସେଠାରେ କିଛି ସମୟ ରହିବା ପରେ ପୁଣିଥରେ ସମୁଦ୍ରକୁ ଚାଲିଯାଇଛି। କଇଁଛଙ୍କ ଗତିବିଧି ଜାଣିବା ଏବଂ ସମୁଦ୍ରରେ କେତେ ସୁରକ୍ଷିତ ତାହା ଜାଣିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ପ୍ରେମ୍‌ କୁମାର ଝା କହିଛନ୍ତି।

ଓଡ଼ିଶା ଉପକୂଳରେ କଇଁଛଙ୍କୁ ସୁରକ୍ଷା ଦେବାକୁ ସାମୁଦ୍ରିକ ପୁଲିସ, ମତ୍ସ୍ୟ ବିଭାଗ ଓ ତଟରକ୍ଷୀ ବାହିନୀ ସହଯୋଗରେ ପ୍ରତିଦିନ ପାଟ୍ରୋଲିଂ ହୋଇଥିଲା। ବାବୁବାଲି, ମାଡେଲି, ଧାମରା ଓ ଦେବୀ ନଦୀ ମୁହାଣରେ ଅଫ୍‌ସୋ‌ର ପାଟ୍ରୋଲିଂ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା।ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ସମୁଦ୍ରରୁ ମାଛ ଧରିବା ଉପରେ ୭ ମାସ ଧରି କଟକଣା ଲଗାଯାଇଥିଲା, ଯାହାକି ଏବେ ହଟିଛି। ଏହି ସମୟରେ ଋଷିକୁଲ୍ୟା, ଧାମରା  ଓ ଦେବୀ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe