ଭୁବନେଶ୍ବର: ଶିଳ୍ପାୟନକୁ ନେଇ ଓଡ଼ିଶା ଏହାର ରଣନୀତି ବଦଳାଇଛି। ପାରମ୍ପରିକ ଶିଳ୍ପଠାରୁ ଆଗକୁ ବଢ଼ି ଏହା ନୂଆ ପିଢ଼ିର ଶିଳ୍ପକୁ ଗୁରୁତ୍ବ ଦେଉଛି। ଏକ ଶିଳ୍ପ ମହାଶକ୍ତିରେ ପରିଣତ ହେବା ପଥରେ ଓଡ଼ିଶା ରହିିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଓଡ଼ିଶାରେ ନିବେଶ କରିବାକୁ ସେ ନୂଆ କ୍ଷେତ୍ରର ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି, ନୂଆ ପିଢ଼ିର ଶିଳ୍ପ ପାଇଁ ଓଡ଼ିଶାରେ ସବୁ ସୁବିଧା ରହିଛି। ପାରାଦୀପ, ଧାମରା, ଗୋପାଳପୁର, ବାହୁଦା, ଇଞ୍ଚୁଡ଼ିରେ ପ୍ରମୁଖ ବନ୍ଦର ସହ ବିମାନ କ୍ଷେତ୍ରରେ ମଧ୍ୟ ଉନ୍ନତ ଯୋଗାଯୋଗ ରହିଛି। ଉତ୍ସର୍ଗୀକୃତ ଶିଳ୍ପ ପାର୍କ, ଏମ୍‌ଏସ୍‌ଏମ୍‌ଇ ପାର୍କ ଓ ଏସ୍‌ଇଜେଡ୍‌ ରହିଛି। ଦକ୍ଷ ମାନବ ସମ୍ବଳ ଯୋଗାଇବା ପାଇଁ ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ତିନିଟି ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

Advertisment

Contractor BlackListed: କଳା ତାଲିକାଭୁକ୍ତ ହେଲା ଠକ ଠିକା ସଂସ୍ଥା: ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ କାମ ହାତେଇବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ହାଇଦ୍ରାବାଦ ଓ କୋଲକାତାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀ ବେଶ ସଫଳ ହୋଇଛି। ଏହି ଦୁଇ ସହରରୁ ରାଜ୍ୟକୁ ୧.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି। ତାହାର ପ୍ରଭାବରେ ରାଜ୍ୟରେ ୧,୪୬,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଦୁଇ କାର୍ଯ୍ୟକ୍ରମରେ ୧୨୩ଟି କମ୍ପାନି ଭାଗ ନେଇଥିଲେ। ୬ଟି ରାଉଣ୍ଡ ଟେବୁଲ୍‌ ବୈଠକ ଆୟୋଜନ କରାଯାଇଥିଲା। ପାରମ୍ପରିକ ଭାବେ ଇସ୍ପାତ, ଖଣି ଓ ଭାରି ଶିଳ୍ପରେ ନିବେଶ ଆଣିବାକୁ ଗୁରୁତ୍ବ ଦିଆଯାଉଥିଲା। ଏବେ କିନ୍ତୁ ରାଜ୍ୟ ସରକାର ସୂଚନା ପ୍ରଯୁକ୍ତି, ଏରୋସ୍ପେସ୍‌ ଓ ପ୍ରତିରକ୍ଷା, ପୋଷାକ, ଆସେସୋରି, ଟେକ୍ନିକାଲ୍‌ ଟେକ୍ସଟାଇଲ୍‌, ଇଞ୍ଜିନିୟରିଂ ସାମଗ୍ରୀ, ପ୍ଲାଷ୍ଟିକ, ରସାୟନ, ପ୍ୟାକେଜିଂ ଓ ରିସାଇକ୍ଲିଂ, ଫାର୍ମା, ମେଡିକାଲ୍‌ ଉପକରଣ ଓ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ର ଉପରେ ଗୁରୁତ୍ବାରୋପ କରୁଛନ୍ତି।

Bhadrak Politics: ମୁକ୍ତି-ମଞ୍ଜୁଙ୍କ ବିଜେପିରେ ମିଶ୍ରଣ ରାସ୍ତାରେ କିଏ ସାଜିଛି କଣ୍ଟା?