ଚନ୍ଦାହାଣ୍ତି : ଛତିଶଗଡ଼ ସରକାର ଧାନର ମୂଲ୍ୟ ବୃଦ୍ଧି କରିବା ପରେ ଓଡ଼ିଶା ଚାଷୀ ଛତିଶଗଡ଼ ମୁହାଁ ହୋଇଛନ୍ତି। ପ୍ରତିଦିନ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ୋଶୀ ରାଜ୍ୟକୁ ଚାଲାଣ ହେବାରୁ ଛତିଶଗଡ଼ ରାଜ୍ୟର ସୀମାନ୍ତ ଅଞ୍ଚଳର ମଣ୍ଡି ଗୁଡ଼ିକରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଛତିଶଗଡ଼ ପ୍ରଶାସନ ଏହା ଜାଣିବା ପରେ ଆଜି ଧରପଗଡ଼ ଆରମ୍ଭ କରିଛନ୍ତି। ଜଣେ ଓଡ଼ିଆ ଚାଷୀଙ୍କ ଶହେ କ୍ବିଣ୍ଟାଲରୁ ଅଧିକ ଧାନ ଜବତ କରିଥିବା ଜଣାପଡ଼ିଛି। ଛତିଶଗଡ଼ରେ କଂଗ୍ରେସ ସରକାର କରିବା ପରେ ଧାନ ମୂଲ୍ୟକୁ ବୃଦ୍ଧି କରିଥିଲେ। ଯାହାଫଳରେ ଓଡ଼ିଶାର ସୀମାନ୍ତ ଗାଁର ଚାଷୀ ଛତିଶଗଡ଼ରେ ଧାନ ବିକ୍ରି କରିବାକୁ ଉଦ୍ୟମ ଆରମ୍ଭ କରୁଛନ୍ତି। ଚନ୍ଦାହାଣ୍ଡି ବ୍ଲକର ଜଣେ ଚାଷୀ ଏହିଭଳି ଉଦ୍ୟମ କରୁଥିବାବେଳେ ଧରାପଡ଼ିଛନ୍ତି। ଛତିଶଗଡ଼ ପ୍ରଶାସନ ଟ୍ରାକ୍ଟରଟିରେ ବୋଝେଇ ହୋଇଥିବା ୧୦୮ ବସ୍ତା ଧାନ ଜବତ କରିଥିବା ଜଣାପଡ଼ିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us