ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଛି। ଏଥିଲାଗି ନିର୍ବାଚନ କମିସନ ଜିଲ୍ଲାପାଳମାନଙ୍କୁ ଭୋଟବାକ୍ସର ତାଲିକା ମାଗିଥିବା ଜଣାଯାଇଛି। ଏନେଇ ଆଗାମୀ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି, ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଭିତିରିଆ ମାନସମନ୍ଥନ ଚାଲିଛି। ଏପରିକି ରାଜ୍ୟ ନିର୍ବାଚନ କମିସନଙ୍କୁ ଏନେଇ ବିଭାଗ ଅବଗତ କରାଇଛି।
ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ
Advertisment
Follow Us