କୋଭିଡ୍-୧୯ ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା ଯାଞ୍ଚ ଲାଗି ସରକାର ପୁନର୍ଗଠନ କଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି

Advertisment
କୋଭିଡ୍-୧୯ ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା ଯାଞ୍ଚ ଲାଗି ସରକାର ପୁନର୍ଗଠନ କଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି

Image Courtesy of Business Today

ଭୁ‌ବନେଶ୍ବର: ‘ଆଡ୍‌ଭର୍ସ ଇଭେଣ୍ଟ୍‌ସ୍‌ ଫଲୋଇଙ୍ଗ୍‌ ଇମ୍ୟୁନାଇଜେସନ୍’ (ଏଇଏଫ୍‌ଆଇ) ବା କୋଭିଡ୍-୧୯ ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା ଯାଞ୍ଚ ନିମନ୍ତେ ଆଜି ଓଡ଼ିଶା ସରକାର ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକର ପୁନର୍ଗଠନ କରିଛନ୍ତି। ‘ଏଇଏଫ୍‌ଆଇ’ ପୁନର୍ଗଠନ ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦେଶ‌ ଦେବା ପରେ ଓଡ଼ିଶା ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ରାଜ୍ୟସ୍ତରୀୟ ‘ଏଇଏଫ୍‌ଆଇ’ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟ ସଚିବ ଭାବେ ପରିବାର କଲ୍ୟାଣ ବିଭାଗର ନିର୍ଦେଶକ ଏବଂ ରାଜ୍ୟ ଟିକାକରଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାସ୍ତରୀୟ ‘ଏଇଏଫ୍‌ଆଇ’ କମିଟିଗୁଡ଼ିକର ଅଧ୍ୟକ୍ଷ ଏବଂ ସଦସ୍ୟ ସଚିବ ରୂପେ ଦାୟିତ୍ବ ଦିଆଯାଇଛି।

ରାଜ୍ୟସ୍ତରରେ ସରକାର ୨୧ ସଦସ୍ୟବିଶିଷ୍ଟ ‘ଏଇଏଫ୍‌ଆଇ’ କମିଟି ଏବଂ ଜିଲ୍ଲାସ୍ତରରେ ୧୪ ସଦସ୍ୟବିଶିଷ୍ଟ ‘ଏଇଏଫ୍‌ଆଇ’ କମିଟି ଗଠନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe