ଭୁବନେଶ୍ବର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ଡିତ ଜବାହାରଲାଲ୍ ନେହରୁଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ନେତାଗଣ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ନେହରୁ ପାର୍କରେ ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତା ଓ କର୍ମୀ ନେହେରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ରଶ୍ମି ମହାପାତ୍ର, ମନୋଜ ଜେନା, ଚିନ୍ମୟ ସୁନ୍ଦର ଦାସ, ଜ୍ୟୋତିଷ ସାହୁ, ବୀଣାପାଣି ସାମଲ, ହଳଧର ସେଠୀ, ବିକ୍ରମ ସାହୁ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ପ୍ରକାଶ ମିଶ୍ର, ଉଷାରାଣୀ ବେହେରା, ସ୍ବାଧୀନବାଳା ଦାସ, ଜାନକୀ ମଲ୍ଲିକ, ଜୟକୃଷ୍ଣ ମଲିଆ, ରଜନୀ ମହାନ୍ତି, ତରୁଣ ମିଶ୍ର, ସଞ୍ଜୟ ମିଶ୍ର, କୈଳାସ ସାହୁ, ଦେଓ ପ୍ରସାଦ, ରାଜକିଶୋର ବାରିକ, ମାନସ ମଲ୍ଲିକଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା ଓ ସେବାଦଳର କର୍ମୀ ଉପସ୍ଥିତ ଥିଲେ।
ପ୍ରଦେଶ କଂଗ୍ରେସ ପକ୍ଷରୁ ନେହରୁଙ୍କ ଜୟନ୍ତୀ ପାଳିତ
Advertisment
Follow Us