ଚାଷୀଙ୍କ ସମସ୍ୟା ନେଇ ପିସିସି ବୈଠକ

ଚାଷୀଙ୍କ ସମସ୍ୟା ନେଇ ପିସିସି ବୈଠକ

ଭୁବନେଶ୍ୱର : ରାଜ୍ୟରେ କୃଷକଙ୍କ ସ୍ଥିତି ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ଯୁଗ୍ନ ସମ୍ପାଦକ ଆଦିତ୍ୟ ଶର୍ମା, ପ୍ରଦେଶ କଂଗ୍ରେସ କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏବଂ ଅନ୍ୟ କର୍ମକର୍ତାଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଏହି ଆଲୋଚନା ଅବସରରେ କଂଗ୍ରେସ କୃଷକ ସେଲ୍‌ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପିସିସି ଏବଂ ଏଆଇସିସି କର୍ମକର୍ତାଙ୍କୁ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମର ଚିଠା ପ୍ରଦାନ କରିଥିଲେ। ରାଜ୍ୟ କିଷାନ ସେଲ ରାଜ୍ୟ କମିଟି କର୍ମକର୍ତା ଏବଂ ସମସ୍ତ ଜିଲ୍ଲା ଅଧ୍ୟକ୍ଷଙ୍କୁ ନେଇ ଏକ ଜରୁରୀ ବୈଠକରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏ ନେଇ ଗତ ୨୨ ତାରିଖରେ ସେ ଓଡ଼ିଶା ଗସ୍ତରେ ଆସିଥିବା ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଅବଗତ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe