ଓଡ଼ିଶା ପୁଲିସ ଭାଗ୍ୟ ଆଉଟସୋର୍ସିଂ ସଂସ୍ଥା ହାତରେ

Advertisment

ଘରୋଇ ସଂସ୍ଥା ଚୟନ କରିବ ଓଡ଼ିଶା ପୁଲିସ ପାଇଁ ଏସ୍‌ଆଇ

ଘରୋଇ ସଂସ୍ଥା ଚୟନ କରିବ ଓଡ଼ିଶା ପୁଲିସ ପାଇଁ ଏସ୍‌ଆଇ

ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

କଟକ : ଓଡ଼ିଶା ପୁଲିସର ଭାଗ୍ୟ ଏବେ ଆଉଟସୋର୍ସିଂ ବା ଘରୋଇ ସଂସ୍ଥା ହାତ‌‌ରେ। ଏକ ଘରୋଇ ସଂସ୍ଥା ଓଡ଼ିଶା ପୁଲିସ ବାହିନୀ ପାଇଁ ସବ୍ ଇନସପେକ୍ଟର(ଏସ୍‌ଆଇ) ଚୟନ କରିବ । ଏହି ଘରୋଇ ସଂସ୍ଥା ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା କେନ୍ଦ୍ର ଚୟନ ସହିତ ସଂପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ପରିଚାଳନା କରୁଛି। ଫଳରେ ଓଡ଼ିଶା ପୁଲିସର ଏହି ମିଳିତ ପୁଲିସ ସେବା ପରୀକ୍ଷା( ସିପିଏସଇ-୨୦୧୮)ର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ଘ‌ରୋଇ ସଂସ୍ଥା ହାତରେ ଟେକି ଦେଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରୁ ଆପତ୍ତି ଉଠିଛି। ୨୦୧୮ ପାଇଁ ଏହି ପରୀକ୍ଷାକୁ ଏବେ କାହିଁକି କରାଯାଉଛି? ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ନକରି ଏକ ପୁରୁଣା ପରୀକ୍ଷାକୁ ଏବେ କରାଯାଉଥିବାରୁ ବହୁ ଆଶାୟୀ ଏଥିରୁ ବଞ୍ଚିତ ହୋଇଛନ୍ତି। ୨୦୧୮ର ଏହି ମିଳିତ ପୁଲିସ ସେବା ପରୀକ୍ଷା ୨୦୨୨ରେ ଅନୁଷ୍ଠିତ ହେଉଥିବାରୁ ବହୁ ସଂଖ୍ୟାରେ ଆଶାୟୀ ଆଜି ଅନୁପସ୍ଥିତ ରହିଥିବା ଜଣାପଡିଛି। ତେବେ ଏଠ‌ାରେ ପ୍ରଶ୍ନ ଉଠୁଛି ନବ ଗଠିତ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ଏହି ପରୀକ୍ଷା ପରିଚାଳନା କରିବାକୁ କଣ ଅସମର୍ଥ?

୪ ବର୍ଷ ବିଳମ୍ବରେ ପରୀକ୍ଷା, ଅଧା ପରୀକ୍ଷାର୍ଥୀ ନିରାଶ, କେନ୍ଦ୍ର ଚୟନରେ ମନମାନି

publive-image Govt Job Information

ତଥ୍ୟ ମୁତାବକ, ଓଡ଼ିଶା ମିଳିତ ପୁଲିସ ସେବା ପରୀକ୍ଷା ସିପିଏସଇ-୨୦୧୮ ପରୀକ୍ଷା ଆଜି ରାଜ୍ୟର ୩୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ୨୯ ହଜାର ୬୪୪ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ୧୧ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ କଟକରେ ୬ଟି କେନ୍ଦ୍ର କରାଯାଇଛି। ସମ୍ବଲପୁର, ରାଉରକେଲା, ବ୍ରହ୍ମପୁରରେ ୩ଟି ଲେଖାଏଁ କେନ୍ଦ୍ର ହୋଇଛି। ସେହିଭଳି ପୁରୀ, ମୟୁରଭଞ୍ଜ, ଜଗତସିଂହପୁର ଓ ବରଗଡରେ ଗୋଟିଏ ଲେଖାଏଁ କେନ୍ଦ୍ର କରାଯାଇଛି। ତେବେ ୨୦୧୮ର ଏହି ମିଳିତ ପୁଲିସ ସେବା ପରୀକ୍ଷା ( ସବ୍ ଇନସପେକ୍ଟର) ପ‌ାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଦୀର୍ଘ ୪ ବର୍ଷ ବିଳମ୍ବରେ ଅନୁଷ୍ଠିତ ହେଉଥିବାରୁ ପାଖାପାଖି ଅଧା ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ପୂର୍ବରୁ ଏହି ପରୀକ୍ଷା ଓଡ଼ିଶା ଷ୍ଟାଫ୍‌ ସିଲେକସନ କମିସନ କରୁଥିବା ବେଳେ ଗତ ବର୍ଷ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ଗଠନ ପରେ ଏବେ ଏହି ପରୀକ୍ଷା ଏହି ବୋର୍ଡ ହାତକୁ ଯାଇଛି।

ପରୀକ୍ଷାରେ ସ୍ବଚ୍ଛତା ଆଣିବା ଓ ତୁରନ୍ତ ତଥା ନିୟମିତ ପରୀକ୍ଷା ପାଇଁ ଗଠନ ହୋଇଥିବା ପୁଲିସ ରିକ୍ରୁଟମେଣ୍ଟ ଘରେ ନପଶୁଣୁ ଚାଳ ବାଜିବା ନ୍ୟାୟରେ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ଏକ ଘରୋଇ ସଂସ୍ଥା ଦ୍ବାରା କରାଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଓ ଅଭିଜ୍ଞତାର ଅଭାବ ଯୋଗୁଁ ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା ଏକ ଘରୋଇ ସଂସ୍ଥାକୁ ଦିଆଯାଇଥିବା ଜଣାପଡିଛି। ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ୧୧ ଓ ୧୨ ତାରିଖ ଦୁଇ ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟରେ ୩୪ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏଥିରେ ଅତିରିକ୍ତ ଏସପି, ଡିଏସପି ଓ ଇନସପେକ୍ଟର ପାହ୍ୟାର ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe