ୟୁପି ପଥରେ ଓଡ଼ିଶା ପୁଲିସ: ଗୁଣ୍ଡାରାଜ ଚଳାଇଥିବା ଲୋକଙ୍କ ଦୋକାନ ଉପରେ ଚଢ଼ିଲା ଵୁଲଡୋଜର

Advertisment
ୟୁପି ପଥରେ ଓଡ଼ିଶା ପୁଲିସ: ଗୁଣ୍ଡାରାଜ ଚଳାଇଥିବା ଲୋକଙ୍କ ଦୋକାନ ଉପରେ ଚଢ଼ିଲା ଵୁଲଡୋଜର

ଭୁବନେଶ୍ବର: ୟୁପି ପୁଲିସ ପଥରେ ଓଡ଼ିଶା ପୁଲିସ। ଯେଉଁମାନେ ଗତକାଲି ରାତିରେ ଡେଲଟା ଛକରେ ଗୁଣ୍ଡାରାଜ ଚଳାଇଥିଲେ ସେମାନଙ୍କ ଦୋକାନ ଉପରେ ଚଢ଼ିଛି ଵୁଲଡୋଜର। କାଲି ରାତିରେ ଭାଇଗିରି ଜାହିର କରିବାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ସଂପୃକ୍ତ ଅପରାଧୀମାନେ ସରକାରୀ ଜମି ଜବରଦଖଲ କରି ଦୋକାନ ଖୋଲିଥିଲେ। ଏହା ଜଣାପଡ଼ିବା ପରେ ସେସବୁ ଦୋକାନକୁ ଉଚ୍ଛେଦ କରାଯାଇଛି।

ସୂଚନାଯୋଗ୍ୟ, ସୋମବାର ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଏକ ସ୍କର୍ପିଓ ଖୋର୍ଦ୍ଧାରୁ ଭୁବନେଶ୍ବର ଅଭିମୁଖେ ଫେରୁଥିଲା। ଡେଲ୍ଟା ଛକ ନିକଟରେ ଏକ ସ୍କୁଟିକୁ ସ୍କର୍ପିଓଟି ପଛରୁ ଧକ୍କା ଦେବାରୁ ସେଥିରେ ଥିବା ଜଣେ ଯୁବକ ତଳେ ପଡ଼ି ଯାଇଥିଲେ। ଏହାକୁ ନେଇ କାର୍ ଚାଳକ କାଳୁଙ୍କ ସହ ଉକ୍ତ ଯୁବକଙ୍କ ବଚସା ହୋଇଥିଲା। ଏଥିରେ ରାଗିଯାଇ ଯୁବକଜଣଙ୍କ ପାଖ ବସ୍ତିରେ ଖଟି କରୁଥିବା ଅଭିଯୁକ୍ତ ବାପି ସମେତ କେବିଏନ୍ ଗ୍ୟାଙ୍ଗ୍ର କିଛି ସଦସ୍ୟଙ୍କୁ ଡାକି ଆଣିଥିଲା। କିଛି ସମୟ ମଧ୍ୟରେ ୩ଟି ବାଇକ୍ରେ କିଛି ଯୁବକ ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି କାର୍ ଚାଳକଜଣଙ୍କ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ। ତେବେ ଦୁର୍ବୃତ୍ତମାନେ କାର୍ ଚାଳକଙ୍କୁ ଖୋଜି ନ ପାଇବାରୁ ସେଠାରେ ଥୁଆ ହୋଇଥିବା ସଂପୃକ୍ତ ସ୍କର୍ପିଓ ଉପରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗାଡ଼ିର ତେଲ ଟାଙ୍କିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହା ଦେଖି ଆଖପାଖରେ ଥିବା ଲୋକ ଭୟରେ ଦୌଡ଼ାଦୌଡ଼ି କରିଥିଲେ।

ପରେ ଦୁର୍ବୃତ୍ତମାନେ ସାଙ୍ଗରେ ଆଣିଥିବା ଖଣ୍ଡା, ଭୁଜାଲି ବୁଲାଇ ଲୋକଙ୍କୁ ଅଶ୍ଲୀଳ ଗାଳିଗୁଲଜ କରିଥିଲେ। ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ସେମାନେ ଏପରି ଉତ୍ପାତ କରିଥିଲେ। ଫଳରେ ସେଠାରେ ଏକ ଆତଙ୍କର ବାତାବରଣ ଖେଳି ଯାଇଥିଲା। ଏହାକୁ ସେଠାରେ ଥିବା ଜଣେ ଟ୍ରାଫିକ୍ କର୍ମଚାରୀ କ୍ୟାମେରାରେ କଏଦ୍ କରୁଥିଲେ। ଦୁର୍ବୃତ୍ତମାନଙ୍କ ନଜର ତାଙ୍କ ଉପରେ ପଡ଼ିବାରୁ ସେ ତାଙ୍କୁ ଏକ ଲୁହାଛଡ଼ରେ ଆକ୍ରମଣ କରିବା ସହ ମୋବାଇଲ୍ ଛଡ଼ାଇ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ପୁଲିସ୍ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିବା ଜଣାଯାଇଛି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ରାତିଅଧିଆ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଅପରପକ୍ଷେ କାର୍ ଚାଳକ କାଳୁ ଓ ଟ୍ରାଫିକ କର୍ମଚାରୀ ଏ ସଂପର୍କରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe