ଓଡ଼ିଶା ପୁଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ: ଓଡ଼ିଶା ପୁଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ

ଓଡ଼ିଶା ପୁଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ: ଓଡ଼ିଶା ପୁଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ

କଟକ : କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ‌ହେବ ବିନା ଭକ୍ତ‌ରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ଏଥର ଭକ୍ତମାନଙ୍କ ଗହଣରେ ହେବ। ଦୁଇ ବର୍ଷ ହେବ ମହାପ୍ରଭୁଙ୍କୁ ରଥରେ ଦେଖିବାକୁ ବ୍ୟାକୁଳ ଥିବା ଭକ୍ତଙ୍କ ଅଧିକ ଭିଡ ହେବାର ସମ୍ଭାବନା ଥିବାରୁ ଓଡ଼ିଶା ପୁଲିସ ପକ୍ଷରୁ ଏହାକୁ ଦୃ‌ଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନବଯୌବନ ଦର୍ଶନ, ଜୁଲାଇ ପହିଲାରେ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡାଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ଯାତ୍ରାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଡିଜି ସୁନିଲ କୁମାର ବଂଶଲଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜୁଲାଇ ପହିଲା ରଥଯାତ୍ରାଠାରୁ ୧୨ ତାରିଖ ନିଳାଦ୍ରୀ ବିଜେ ମଧ୍ୟରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ସୁରୁଖୁରରେ ସଂପାଦିତ ହୋଇପାରିବ ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ରଥଯାତ୍ରାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା‌, କେନ୍ଦ୍ରୀୟ ସୁରକ୍ଷା ବଳ ସିଆରପିଏଫ୍ ନି‌ୟୋଜିତ କରିବା, ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ଦେବା, ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ କରିବା, ମେଟାଲ ଡ‌ିଟେକ୍ଟର, ଗୁଇନ୍ଦା ସ୍କ୍ବାଡ୍‌, ଯୋଗା‌ଯୋଗକୁ ସୁଗମ କରିବା, କ୍ରେନ୍ ଓ ଅନ୍ୟ ଗାଡି ନିୟୋଜିତ କରିବା, ସିସିଟିଭି, ଲଗେଜ୍‌ ସ୍କାନର ବ୍ୟବସ୍ଥା, ରୋଡ ଡିଭାଇଡର, ବିଚ୍ ପାଟ୍ରୋଲିଂ, ବସ୍ ଅପରେଟର୍‌ଙ୍କ ସହିତ ଆଲୋଚନା, ଅସ୍ଥାୟୀ ପୁଲିସ ଆଉଟ୍‌ପୋଷ୍ଟର ବ୍ୟବସ୍ଥା କରିବା, କର୍ଡନ ପାସ୍, ଟ୍ରାଫିକ ବ୍ୟବସ୍ଥା, ଅଫିସର୍ସ ଓ ଫୋର୍ସ ମୁତୟନ କରିବା ନେଇ ଆଲୋଚନା ହୋଇଥଲା। ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe