ଗିରଫ ହେବେ ଅଭିଜିତ ଆୟାର ! ଗିରଫ ସମୟରେ ୩ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ

ଗିରଫ ହେବେ ଅଭିଜିତ ଆୟାର ! ଗିରଫ ସମୟରେ ୩ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ

ଭୁବନେଶ୍ୱର : କୋଣାର୍କ ମନ୍ଦିର ଓ ଓଡିଶା ସର୍ମ୍ପକରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାରଙ୍କୁ ଗିରଫ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ପୁଲିସ। ଯେତେବେଳେ କୋଣାର୍କ ପୁଲିସ ଥାନାରେ ଅଭିଜିତ ଆୟାର ହାଜର ହେବେ ଠିକ୍‌ ସେହି ସମୟରେ ତାଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ଓଡିଶା ପୁଲିସ। ଆୟାରଙ୍କୁ ଗିରଫ କରିବା ପୂର୍ବରୁ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତି ନେଇଛି ପୁଲିସ।

ଆୟାରଙ୍କୁ ଗିରଫ କରିବା ପୂର୍ବରୁ ଜେଲ ବିଭାଗର ଏଡିଜି ପୋଲିସ ଡିଜି, ଆଇଜି ଓ ପୁରୀ ଏସପିଙ୍କୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଉକ୍ତ ଅଞ୍ଚଳରେ ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ଚିଠି ଲେଖିଛନ୍ତି। କାରଣ ଆୟାରଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେଇପାରେ ପୁଲିସ। ଯେହେତୁ ଆୟାରଙ୍କୁ ନେଇ ଓଡିଶାବାସୀଙ୍କ ମନରେ ଅସନ୍ତୋଷ ରହିଛି ତେଣୁ କୌଣସି ଅଘଟଣ ଏଡାଇବାକୁ ଏଭଳି ନିଷ୍ପତି ପୁଲିସ ପକ୍ଷରୁ କରାଯିବ।

publive-imageଏହାଛଡା ଅଭିଜିତ ଆୟାରଙ୍କ ଗିରଫ ଠାରୁ ଆରମ୍ଭ କରି ରିମାଣ୍ଡରେ ନେବା ପର୍ଯ୍ୟନ୍ତ ପୂରା ଅଞ୍ଚଳକୁ ପୁଲିସ ଛାଉଣୀରେ ପରିଣତ କରାଯିବ। ଏହାଛଡା ଆୟାର ଗିରଫ ସମୟରେ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯିବ। ଯେଉଁମାନଙ୍କୁ ପୁରୀ ଏସପିଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି ।

କୋଣାର୍କ ସଂପର୍କରେ ଅଭିଜିତ ରଖିଥିବା ମନ୍ତବ୍ୟକୁ ନେଇ ଗତକାଲି ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିବା ସହ ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି। ଅଭିଜିତଙ୍କ ବୟାନ ଧର୍ମୀୟ ଭାବନାକୁ ଉସୁକାଇଛି ଏବଂ ଜାମିନ୍‌ ପାଇଁ ଏହି ମାମଲା ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ। ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ କହିଛନ୍ତି-ଯଦି ଅଭିଜିତଙ୍କ ଜୀବନ ପ୍ରତି ବିପଦ ଅଛି, ତାହେଲେ ଜେଲଠୁ ଅଧିକ ସୁରକ୍ଷିତ ସ୍ଥାନ ଆଉ କିଛି ହୋଇନପାରେ । ଏପଟେ ଆସନ୍ତାକାଲି ଅଭିଜିତଙ୍କୁ ପୁରୀ ସଦର ଥାନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe