ଭୁବନେଶ୍ୱର: ମଙ୍ଗଳବାର ଦିନ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏସଆଇ ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ,ଏସ୍ଆଇ ପଦବୀ ପାଇଁ ଓଏମ୍ଆର୍ ଆଧାରିତ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ୯ ମାର୍ଚ୍ଚ ୨୦୨୫ରେ ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ: ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରର ସ୍ଥିତି ସମୀକ୍ଷା କଲେ ମେୟର ସୁଲୋଚନା ଦାସ
ପରୀକ୍ଷାର୍ଥୀମାନଙ୍କୁ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୁଲିସ ୱେବସାଇଟ୍ରୁ ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷା ସୂଚୀ ବିଷୟରେ ସବିଶେଷ ଜାଣିବା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି।
ଏ ସମ୍ପର୍କରେ ଅଧିକ ସୂଚନା ଜାଣିବା ପାଇଁ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ୱେବସାଇଟ୍ ସହିତ ନିରନ୍ତର ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଉଛି ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।
ଅଧିକ ପଢ଼ନ୍ତୁ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଡିଜିଟାଲ ଆରେଷ୍ଟ୍ର ଶିକାର: ୧୪ ଲକ୍ଷ ଠକିନେଲେ ଠକ